ଜବତ ୫୦ କୁଇଣ୍ଟାଲ ନକଲି ଚା’ପତି ପୋତାଗଲା

ଫୁଲନଖରା,୩।୯ (ଡି.ଏନ.ଏ.): କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମର ଏକ କାରଖାନାରୁ ଜବତ ହୋଇଥିବା ନକଲି ଚା’ପତିକୁ ଗୁରୁବାର କାଠଯୋଡୀ ନଦୀପଠାରେ ଗାତ ଖୋଳି ପୋତି ଦିଆଯାଇଛି। ଏହି ସମୟରେ ଜୋନ୍‌-୪ ଏସିପି ଚନ୍ଦନ ଘଡେଇ, ସଦର ଥାନା ଆଇଆଇସି ସୁଧାଂଶୁ ଭୁଷଣ ଜେନା, କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଉକ୍ତ କାରଖାନାରେ ନକଲି ଚା’ ପ୍ରସ୍ତୁତ କରାଯାଇ ବିକ୍ରି ପାଇଁ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ସ୍ଥାନୀୟ ପୋଲିସ ଗତ ଜାନୁୟାରୀ ୬ ତାରିଖରେ ସେଠାରେ ଚଢାଉ କରି ୫୦ କୁଇଣ୍ଟାଲ ଓଜନର ନକଲି ଚା’ପତି ଜବତ କରିଥିଲା। ଏହାର ନମୁନା ପରୀକ୍ଷା ପାଇଁ ଲାବୋରେଟାରିକୁ ପଠାଇଥିଲା। ପରୀକ୍ଷା ପରେ ଏହା ନକଲି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।  ସେପ୍ଟେମ୍ବର, ୨୦୨୧

Share