ଶିଖାନ୍ତୁ ଫୋନ ଶିଷ୍ଟାଚାର

ଜଗତ୍‌ସିଂହପୁର ଜୟବଡ଼ ଗ୍ରାମର ୨୨ ବର୍ଷୀୟ ଛାତ୍ର ସୂର୍ଯ୍ୟକାନ୍ତ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ ଗେମ ଖେଳୁଥିଲା। ଏଥିପ୍ରତି ଆସକ୍ତ ଯୋଗୁ ସେ ନିଜର ସବୁ ଦାୟିତ୍ୱ ଭୁଲି ଚାଲିଲା। ଘର ଲୋକ ଅତିଷ୍ଠ ହୋଇ ଏହା ନ ଖେଳିବାକୁ ବାରଣ କଲେ। ଏଥିରୁ ନିବୃତ୍ତ ପାଇଁ ତା’ ମୋବାଇଲ୍‌ ଫୋନକୁ ଲୁଚାଇଦେଲେ। ମୋବାଇଲ ଫୋନ ନ ପାଇ ସୂର୍ଯ୍ୟକାନ୍ତ ମାନସିକ ଭାରସାମ୍ୟ ହରାଇ ବସିଲା। ଘଟଣା ଦିନ ସମସ୍ତେ ଶୋଇଥିବାବେଳେ ସୂର୍ଯ୍ୟକାନ୍ତ ନିଜ ମାଆ, ବାପା ଓ ଭଉଣୀଙ୍କୁ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କଲା। ଏହା ଥିଲା ୨୦୨୫ ମାର୍ଚ୍ଚ ପ୍ରଥମ ସପ୍ତାହର ଘଟଣା। ଅନ୍‌ଲାଇନ ଗେମ ଯେ କେତେ ଭୟାନକ ଓ ମାରାତ୍ମକ ହୋଇପାରେ, ଏହି ଘଟଣା ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ମୋବାଇଲ ଫୋନ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ଉପଭୋକ୍ତାଙ୍କୁ ଅପରାଧ ପ୍ରବଣ କରାଉଛି। ତେଣୁ ମୋବାଇଲ ଫୋନ ବ୍ୟବହାର ଉପରେ ପିଲାଙ୍କୁ ବାଲ୍ୟକାଳରୁ ଶିକ୍ଷା ଦେବା ପାଇଁ ନିତିନିୟମ ସହ ପାଠ୍ୟକ୍ରମର ଆବଶ୍ୟକତା ରହିଛି। କିଛି ମାସ ତଳେ ଅଷ୍ଟ୍ରେଲିଆ ସରକାର ୧୬ବର୍ଷ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ (ସାମାଜିକ ଗଣମାଧ୍ୟମ) ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି କୌଣସି ପିଲା ସୋସିଆଲ ମିଡିଆ ବ୍ୟବହାର କରେ, ତେବେ ସେମାନଙ୍କ ପରିବାରକୁ ୫ କୋଟି ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବାକୁ ଏହି ଆଇନରେ ପ୍ରାବଧାନ ରହିଛି। ଅଷ୍ଟ୍ରେଲିଆ ସରକାରଙ୍କ ଏ ନିଷ୍ପତ୍ତିରେ ସୋସିଆଲ ମିଡିଆ ଏବଂ ଶିଶୁଙ୍କ ବ୍ୟବହାରକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଏହି ପ୍ରସଙ୍ଗ ଆଲୋଚନା ପାଇଁ ବୈଶ୍ବିକ ସ୍ତରରେ ଏକ ବିତର୍କ ସୃଷ୍ଟି ହୋଇଛି। ଏଥିରେ ଶିଶୁ ସୁରକ୍ଷା, ମାନସିକ ସ୍ବାସ୍ଥ୍ୟ ଏବଂ ଡିଜିଟାଲ ସ୍ବାଧୀନତା ଭଳି ପ୍ରସଙ୍ଗ ସ୍ଥାନ ପାଇଛି।
କମନ୍‌ ସେନ୍ସ ମିଡିଆର ରିପୋର୍ଟ ଅନୁଯାୟୀ, ଦଶ ବର୍ଷ ବୟସର ୪୨% ପିଲାଙ୍କ ପାଖରେ ଆଜି ସ୍ମାର୍ଟଫୋନ ଉପଲବ୍ଧ। ବାର ବର୍ଷ ବୟସକୁ ବିଚାର କଲେ ଏହି ସଂଖ୍ୟା ୭୧%ରେ ପହଞ୍ଚତ୍ ଯିବ। ସେହିଭଳି ଚଉଦ ବର୍ଷ ବୟସର ୯୧% ପିଲାଙ୍କ ହାତରେ ମୋବାଇଲ ଫୋନ ରହିଥିବା ଏହି ତଥ୍ୟ ସ୍ପଷ୍ଟ କରିଛି। ଆଜିର ଡିଜିଟାଲ ଦୁନିଆ ଆମ ଯୁବକମାନଙ୍କ ମଧ୍ୟରେ ଅବସାଦ, ଉଦାସୀନତା ଏବଂ ଆତ୍ମହତ୍ୟା ଭଳି ବ୍ୟାଧି ବୃଦ୍ଧି କରୁଛି। ୨୦୦୦ ରୁ ୨୦୧୦ ପର୍ଯ୍ୟନ୍ତ ଏକ ଦଶନ୍ଧିର ଅବଧିରେ ଉଚ୍ଚ ଗତିସମ୍ପନ୍ନ ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ଆପ୍‌ ସହ ସଂଯୁକ୍ତ ସ୍ମାର୍ଟଫୋନ ସର୍ବବ୍ୟାପୀ ହୋଇଗଲା। ଏଥିରେ ଆମ ଦେଶ ଭାରତ ମଧ୍ୟ ପଛରେ ରହିନି। ସର୍ବାଧିକ ମୋବାଇଲ ଫୋନ ଉପଭୋକ୍ତାଙ୍କ ତାଲିକାରେ ସାରା ଦୁନିଆରେ ଭାରତ ୨ୟ ସ୍ଥାନରେ ରହିଛି। ଭାରତରେ ମୋବାଇଲ ଫୋନ ସହିତ ପିଲାମାନେ କ’ଣ କରୁଛନ୍ତି? ମୋବାଇଲ ଫୋନକୁ କିଭଳି ବ୍ୟବହାର କରୁଛନ୍ତି? ସେ ବିଷୟରେ କେହି କିଛି ଚିନ୍ତା କରନ୍ତି ନାହିଁ! ଏହା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ପରିତାପର ବିଷୟ।
କରୋନା ସମୟରେ ବିଦ୍ୟାଳୟର ଔପଚାରିକ ଶିକ୍ଷାଦାନକୁ ବନ୍ଦ କରିଦିଆଗଲା। ଅନ୍‌ଲାଇନ ଶିକ୍ଷାର ପ୍ରାଧାନ୍ୟ ବଢ଼ିଲା। ଏହି ଆଳରେ ଅଭିଭାବକମାନେ ପିଲାଙ୍କୁ ମୋବାଇଲ ଫୋନ ଧରାଇଲେ। ଏହାକୁ ଆମେ ସମୟର ଆବଶ୍ୟକତା ଅବା ବାଧ୍ୟବାଧକତା ବୋଲି କହିପାରିବା। କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ପିଲାମାନେ ମୋବାଇଲ ଫୋନ ସହିତ ବାନ୍ଧି ହୋଇଗଲେ। ସ୍ମାର୍ଟଫୋନ କେବଳ ପିଲାଙ୍କୁ ବିଭ୍ରାନ୍ତ କରୁନାହିଁ, ପିଲାଙ୍କ ଖେଳିବା ବୁଲିବା ଭଳି ଗୁରୁତ୍ୱପୂର୍ଣ୍ଣ ସମୟକୁ କ୍ଷତି ପହଞ୍ଚାଇବାରେ ମଧ୍ୟ ଏହାର ବଡ଼ ଭୂମିକା ରହିଛି। ସେମାନେ ନିଜ ସାଙ୍ଗସାଥୀଙ୍କ ସହ ସମୟ କାଟିବା କିମ୍ବା ଖେଳିବା ପାଇଁ ଅବସର ପାଇଲେ ନାହିଁ।
ସ୍ମାର୍ଟଫୋନରେ ଜୀବନ ପ୍ରତି ଅସୁରକ୍ଷିତତା ବୃଦ୍ଧି ପାଇବା, ନିଦ୍ରା ହ୍ରାସ, ଅନ୍‌ଲାଇନ ଖେଳ ନିଶା ଏବଂ ନିଶାସେବନ ଭଳି ସମସ୍ୟା ଅନ୍ତର୍ଭୁକ୍ତ। ଭୟାବହତା ପାଇଁ କେହିକେହି ଏହାକୁ ମୋବାଇଲ ମହାମାରୀ କହିଲେଣି। ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ପରିଷଦ ୟୁନେସ୍କୋ କହିଛି ମୋବାଇଲ ଫୋନ୍‌ ଅତ୍ୟଧିକ ବ୍ୟବହାର ପିଲାଙ୍କ ଶୈକ୍ଷିକ ଦକ୍ଷତା ହ୍ରାସ ସହିତ ଜଡିତ। ମୋବାଇଲ ଫୋନ୍‌ ପରଦାରେ ମାତ୍ରାଧିକ ସମୟ ବିତାଇବା ପିଲାଙ୍କ ଭାବପ୍ରବଣତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ୟୁନେସ୍କୋ ନିଜ ୨୦୨୩ ଗ୍ଲୋବାଲ ଏଜୁକେଶନ ମନିଟର ରିପୋର୍ଟରେ କହିଛି ଯେ, ଡିଜିଟାଲ ଟେକ୍ନୋଲୋଜି ଶିକ୍ଷା ସହିତ ମୂଲ୍ୟବୋଧକୁ ଯୋଡିଛି। ଏକଥା ପ୍ରମାଣିତ ପାଇଁ ପର୍ଯ୍ୟାପ୍ତ ଅନୁସନ୍ଧାନ ଆବଶ୍ୟକ, କିନ୍ତୁ ତାହା ହୋଇପାରିନାହିଁ। ଅଧିକାଂଶ ଗବେଷଣାତ୍ମକ କାର୍ଯ୍ୟକ୍ରମ ଘରୋଇ ଶିକ୍ଷଣ ସଂସ୍ଥାର ଆର୍ଥିକ ପୃଷ୍ଠପୋଷକତାରେ ପରିଚାଳିତ। ବିପୁଳ ଅର୍ଥ ବିନିଯୋଗ କରୁଥିବା ହେତୁ ଏମାନେ ଡିଜିଟାଲ ଶିକ୍ଷଣ ଉତ୍ପାଦ ବିକ୍ରୟ କରିବାକୁ ପ୍ରଚେଷ୍ଟା କରୁଛନ୍ତି। ସାରା ଦୁନିଆରେ ଶିକ୍ଷା ନୀତି ଉପରେ ସେମାନଙ୍କର ବଢୁଥିବା ପ୍ରଭାବ ‘ଚିନ୍ତାର କାରଣ’ ପାଲଟିଛି ବୋଲି ୟୁନେସ୍କୋ ଏହି ସନ୍ଦର୍ଭରେ ପ୍ରକାଶ କରିଛି। ଚାଇନା ଡିଜିଟାଲ ଉପକରଣର ବ୍ୟବହାରକୁ ମୋଟ ଶିକ୍ଷଣ ସମୟର ୩୦% ମଧ୍ୟରେ ସୀମିତ ରଖିଛି।

ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ବାଣିଜ୍ୟ ଯୁଦ୍ଧ

ବାଣିଜ୍ୟ ଯୁଦ୍ଧ କେମିତିି ଶେଷ ହୁଏ? ଏହାର ଉତ୍ତର ପାଇବାକୁ ହେଲେ ନିଜକୁ ପ୍ରଶ୍ନ ପଚାରିବା ଦରକାର ଯେ ହିଂସାତ୍ମକ ଯୁଦ୍ଧ କିପରି ଶେଷ ହୁଏ?...

ଏଇ ଭାରତରେ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ...

ପେଟ୍ରୋଲ ଟାଙ୍କିର ମନିବ୍ୟାଗ

ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍‌ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ...

ଶିଶୁ ବାଟିକାରେ ଶିଶୁ ହସିବେ

ଦଳ ମତ ନିର୍ବିଶେଷରେ ସଭିଏ ଏ କଥା କୁହନ୍ତି- ଶିଶୁ ହସିଲେ ଦୁନିଆ ହସେ। କିନ୍ତୁ ସତରେ କ’ଣ ସମସ୍ତ ଶିଶୁ ଏଠାରେ ହସନ୍ତି ନା...

Dillip Cherian

ବିଚିତ୍ର ନିଯୁକ୍ତି

ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌)ର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଦେଖିବାକୁ ଗଲେ...

ଏଇ ଭାରତରେ

ଆମ୍ବ ଉତ୍ପାଦନର ସମୟ ଆସିଲେ କେରଳର କାନ୍ନାପୁରମ ଗାଁ ଚର୍ଚ୍ଚାକୁ ଆସେ। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। ଗ୍ରାମବାସୀଙ୍କ ଉଦ୍ୟମରେ ଏହି ସଫଳତା...

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶିକ୍ଷକ ଅଭାବ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱରେ ସଂଖ୍ୟା ଓ ବିବିଧତା ଦୃଷ୍ଟିରୁ ଅଗ୍ରଣୀ। କିନ୍ତୁ ଏହାର ଅନ୍ତରାଳରେ ରହିଛି ବିଶେଷ ଶିକ୍ଷକଙ୍କ ଅଭାବ, ଯାହା ସରକାରୀ ଓ...

ବିଶ୍ୱ ବାଣିଜ୍ୟ ଯୁଦ୍ଧର ପ୍ରଭାବ

ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଗଭୀର ଅସ୍ଥିରତା ଓ ଅନିଶ୍ଚିତତାର ଏକ ଜଟିଳ ପରିବେଶ ମଧ୍ୟରେ ଗତି କରୁଛି। ବିଶ୍ୱବ୍ୟାପୀ ଚାଲିିଥିବା ବାଣିଜ୍ୟଯୁଦ୍ଧ, ବିଶେଷତଃ ଆମେରିକା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image