ବାଲେଶ୍ୱର ଅଫିସ,୨୭।୬: ବାଲେଶ୍ୱର ସହର ଜିଲା ସ୍କୁଲ୍ରେ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ନବମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଜଣକ ହାତରେ ରକ୍ଷା ସୂତ୍ର ବାନ୍ଧିଥିବାରୁ ଜନୈକ ଶିକ୍ଷକ ତାଙ୍କ ମୁଣ୍ଡ ଓ ଗାଲକୁ ମାଡ଼ ମାରିଥିଲେ। ଫଳରେ ଛାତ୍ର ଜଣକ ସ୍କୁଲ୍ରେ କିଛି ସମୟ ଅଚେତ୍ ହୋଇ ପଡ଼ି ଯାଇଥିଲେ। ପରେ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ମେଡିକାଲ ନିଆଯାଇଥିଲା। ତେବେ ଚିକିତ୍ସା ପରେ ଛାତ୍ର ଜଣକ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।