Categories: ଜାତୀୟ

ତିଳକ ଲଗାଇ ସ୍କୁଲ ଆସିିବାରୁ ଛାତ୍ରୀଙ୍କୁ ନିର୍ଧୂମ ପିଟିଲେ ଶିକ୍ଷକ

ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀରର ରାଜୌରିରେ ଏକ ଅଭାବନୀୟ ଘଟଣା ଘଟିଛି। ନବରାତ୍ର ସମୟରେ ମୁଣ୍ଡରେ ତିଳକ ଲଗାଇ ସ୍କୁଲ ଯାଇଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ଏକ ମାମଲା ରୁଜୁ ହେବାପରେ ଅଭିଯୁକ୍ତ ଶିକ୍ଷକଙ୍କଚ ନିଲମ୍ବିତ କରାଯାଇଛି। ଏହାସହ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ନବରାତ୍ରୀ ଚାଲିଥିବାରୁ ଜଣେ ହିନ୍ଦୁ ଛାତ୍ରୀ ମଥାରେ ତିଳକ ଲଗାଇ ସ୍କୁଲ ଯାଇଥିଲେ। ଏହା ଦେଖି ଶିକ୍ଷକ ରାଗିଯାଇ ଛାତ୍ରୀ ଜଣଙ୍କୁ ପ୍ରବଳ ପିଟିଥିଲେ। ଏନେଇ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଶିକ୍ଷକ ଜଣକ ହେଲେ ନାସିର ଅହମ୍ମଦ। ରାଜୌରି ଜିଲାର ଡେପୁଟି କମିଶନର ଅଭିଯୁକ୍ତ ଶିକ୍ଷକ ନାସିରଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନାସିରଙ୍କ ବିରୋଧରେ ଧାରା ୩୨୩, ୩୨୫, ୩୪୨ ଏବଂ ୫୦୬ ଲାଗିଛି।

Share