Categories: Video

ଶିକ୍ଷକ ପ୍ରାର୍ଥୀ ଖରାରେ ଆଣ୍ଠେଇଲେ

ଉଚ୍ଚ ବିଦ୍ୟାଳୟରେ ୭ ବର୍ଷ ଧରି ଖାଲି ପଡିଥିବା ହିନ୍ଦି, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ଓ.ଏସ.ଏସ.ଟି.ଇ.ଟି ପାସ ଅଣନିଯୁକ୍ତ ଆଶାୟୀ ପ୍ରାର୍ଥୀମାନେ, ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଅଭିନବ ଉପାୟରେ ଧାରଣା ଦେଇଥିଲେ । ତତଲା ଖରାରେ କାନ ଧରି ଆଣ୍ଠେଇ ଧାରଣା ଦେବା ବେଳେ ଅନେକ ଆଶାୟୀ ପ୍ରାର୍ଥୀ ଟଳିପଡିବାର ଦେଖବାକୁ ମିଳିଥିଲା । ଏ ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଆଶାୟୀ ପ୍ରାର୍ଥୀମାନେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।