ମୋରଡ଼ା,୨ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଦାନ୍ତିଆମୁହଁାସ୍ଥିତ ବିଦେଶୀ ମଦ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ମଦ ଆଣି ପୋଲିସ ହାତରେ ଧରାପଡ଼ିଥିବା ଜଣେ ଶିକ୍ଷକଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମୋରଡ଼ା ଏବଂ ବଡସାହି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ମିଳିତ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜିଲା ମଙ୍ଗଳ ଅଧିକାରୀ ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଉକ୍ତ ଶିକ୍ଷକଙ୍କ ଘର ମୋରଡ଼ା ବ୍ଲକ ଅଞ୍ଚଳରେ ହୋଇଥିବା ବେଳେ ସେ ବଡସାହି ବ୍ଲକ ଅଧୀନ ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ