Categories: Uncategorized

ଜୀବନର ଶେଷ ମୁହୂର୍ତ୍ତରେ ହସ୍ପିଟାଲ ବେଡ୍‌ରେ ପିଲାଙ୍କ ପରୀକ୍ଷା ଖାତା ଚେକ୍‌ କରୁଥିଲେ ଶିକ୍ଷକ:ଫଟୋ ହେଉଛି ଭାଇରାଲ୍‌

ମାତାପିତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କ ସର୍ବାଧିକ ଅବଦାନ ରହିଛି। ସେମାନେ ନିଜ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଜଣେ ଶିକ୍ଷକ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଛାତ୍ରୀଛାତ୍ରଙ୍କ ଫରୀକ୍ଷା ଖାତା ଯାଞ୍ଚ କରୁଥିବା ଦେଖାଯାଇଥିଲା। ଶିକ୍ଷକଙ୍କ ଝିଇ ସୋସିଆଲ ମିଡିଆରେ ପିତାଙ୍କର ଶେଷ ମୁହୂର୍ତ୍ତର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ଦେଖିବା ପରେ ଲୋକମାନେ ବହୁତ ଭାବପ୍ରବଣ ହୋଇଯାଆନ୍ତି।
ଶିକ୍ଷକଙ୍କ ଝିଅ ସାନ୍ଦ୍ରା ଝିଅ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ବାପାଙ୍କ ଫଟୋ ସହିତ ଏକ ନୋଟ ଶେୟାର କରିଥିଲେ। ସେ କହିଛନ୍ତି ଯେ, ବାପାଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହେତୁ ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାକୁ ଅଣାଯାଇଥିଲା। ଏହା ପରେ ମଧ୍ୟ ସେ ନିଜ ଛାତ୍ରୀଛାତ୍ରଙ୍କ ପ୍ରତି କରିଥିବା ପ୍ରତିଶ୍ରୁତି ପୂରଣ କରିଥିଲେ। ଏସବୁ ସମୟରେ ତାଙ୍କ ମୁହଁରେ ଶାନ୍ତିର ଏକ ଭିନ୍ନ ଆଲୋକ ଦେଖାଗଲା। କିନ୍ତୁ ପରଦିନ ସେ ଏହି ଦୁନିଆରୁ ବିଦାୟ ନେଇଥିଲେ।