ଠିକ ଭାବେ ହିଜାବ ନ ପିନ୍ଧିବାରୁ ୧୪ ବାଳିକାଙ୍କ କେଶ କାଟିଲେ ଅଧ୍ୟାପକ

ଜାକର୍ତ୍ତା,୨୯।୮: ଛାତ୍ରୀମାନେ ଠିକ ଭାବେ ହିଜାବ ନ ପିନ୍ଧିବା କାରଣରୁ ଜଣେ ଅଧ୍ୟାପକ ଛାତ୍ରୀଙ୍କ କେଶ କାଟିଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ଇଣ୍ଡେରାନେସିଆରେ ଘଟିଛି। ଏହାକୁ ନେଇ ଇଣ୍ଡୋନେସିଆରେ ହିଂସା ଉପୁଜିବା ସହ ଏହାକୁ ଧାର୍ମିକ ଅସହିଷ୍ଣୁତା ସହ ଯୋଡି ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବାହାର କରାଯିବା ସହ ପୀଡ଼ିତା ଛାତ୍ରୀଙ୍କ ପରିବାରକୁ ସ୍କୁଲ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।
ଖବର ଅନୁଯାୟୀ, ଏହି ଘଟଣା ଇଣ୍ଡୋନେସିଆର ପୂର୍ବ ଜାଭା ଦ୍ୱୀପର ଲାମୋଙ୍ଗାନ ସହରରୁ ଆସିଛି। ଗତ ବୁଧବାର ଏଠାରେ ଏକ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ୧୪ ଜଣ ବାଳିକାଙ୍କ କେଶ କାଟି ଦେଇଥିଲେ କାରଣ ସେମାନେ ହିଜାବକୁ ଠିକ ଭାବରେ ପିନ୍ଧି ନ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ଛାତ୍ରୀମାନେ ହିଜାବ ତଳେ ପିନ୍ଧିଥିବା କ୍ୟାପ ପିନ୍ଧି ନ ଥିଲେ, ଯେଉଁଥିପାଇଁ ସେମାନଙ୍କର କେଶ ଦୃଶ୍ୟମାନ ହେଉଥିଲା। ଏଥିରେ ରାଗିଯାଇ ଶିକ୍ଷକ ସେମାନଙ୍କର କେଶ କାଟ ଦେଇଥିଲେ।

Share