Advertisement

ରଙ୍ଗ ବୋଳି ମହିଳାଙ୍କୁ ଅସଦାଚରଣ: ଥାନାରେ ଶିକ୍ଷକ ଅଟକ

ସାବରଙ୍ଗ,୧୮।୩(କାଳିପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଡିହମଳିକ ସାହିରେ ଘଟିଛି ଏକ ଲଜ୍ଜା ଜନକ ଘଟଣା। ଜଣେ ଶିକ୍ଷକ ଗ୍ରାମର ଜଣେ ମହିଳାଙ୍କୁ ଜୋରଜବରଦସ୍ତ ଦେହରେ ରଙ୍ଗ ଲଗାଇ ତାଙ୍କୁ ଅସଦାଚରଣ କରିଛନ୍ତି।

ଏନେଇ ମହିଳା ଜଣକ କଷିଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ପରେ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share