Categories: ଜାତୀୟ

ଶିକ୍ଷକଙ୍କ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌: ୨୩ ଗିରଫ

ନୂଆଦିଲ୍ଲୀ, ୨୮ା୧୧: ଉତ୍ତରପ୍ରଦେଶ ଟିଚର୍ସ ଏଲିଜିବିଟି ଟେଷ୍ଟ (ୟୁପିଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ଆସିବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଛି। ନଭେମ୍ବର ୨୮ (ରବିବାର) ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଘଟଣାରେ ପୋଲିସ ୨୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଭିନ୍ନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସେମାନେ ପ୍ରଶ୍ନପତ୍ର ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା। ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଘଟଣାର ତଦନ୍ତ କରୁଛି। ଆସନ୍ତା ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇପାରେ ବୋଲି ସୂଚନା ରହିଛି। ୨୧ ଲକ୍ଷରୁ ଊର୍ଦ୍ଧ୍ୱ ଆଶାୟୀ ୨୫ଶହ କେନ୍ଦ୍ରରେ ଏହି ପରୀକ୍ଷା ଦେବେ।

Share