ସୋରଡ଼ା,୨୬।୮(ଲମ୍ବୋଦର ପାଣିଗ୍ରାହୀ): ୫ଟି ସଚିବ ଭି.କେ. ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଗସ୍ତରେ ଅଛନ୍ତି। ଶନିବାର ତାଙ୍କର ଦ୍ୱିତୀୟ ନିନର କାର୍ଯ୍ୟକ୍ରମ ମିନିଷ୍ଟାଡିୟମରେ ଥିବା ବେଳେ କେଶବ ପଣ୍ଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ତେବେ ସଚିବଙ୍କ ଆଗମନ ପୂର୍ବରୁ ଅପେକ୍ଷା ରତ ଓଡ଼ିଆ ଅଧ୍ୟାପିକା ସୁପ୍ରଭା ସେଠୀ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରବଳ ଖରା ସାଙ୍ଗକୁ ଭିଡ ଯୋଗୁ ଅଣନିଶ୍ୱାସୀ ହୋଇଗଲି ବୋଲି କହିଥିଲେ ଅଧ୍ୟାପିକା ସୁପ୍ରଭା କହିଥିଲେ।