Advertisement

ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…

ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ। ଏହା କିଭଳି ଏପରି ସମ୍ଭବ ବୋଲି ଭାବି ମଧ୍ୟ ପାରନ୍ତି। ହେଲେ ବାସ୍ତବରେ ଏଭଳି ସମ୍ଭବ। ଆମେ କଥା ହେଉଛୁ ସେଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏ ପେସାରେ ଜଣେ ଶିକ୍ଷକ। ଗୁଜରାଟର ଖେଡ଼ା ଜିଲାରେ ସେ ରୁହନ୍ତି। ତାଙ୍କର ସ୍ବତନ୍ତ୍ରତା ହେଉଛି ସେ ଓଲଟା ଗାଇ ପାରନ୍ତି। ସେ ମଧ୍ୟ ସବୁ ପ୍ରକାର ସ୍ବର, ତାଳ ଦେଇ। ଯେ କେହି ତାଙ୍କ ଗୀତ ଶୁଣନ୍ତି, ସେ କିମ୍ବା ପ୍ରକୃତ ଗାୟକ ଗାଇଛନ୍ତି ତାହା ଜାଣିବା ମୁସ୍କିଲ ହୋଇଯାଏ।

ବିରଳ ପ୍ରତିଭାର ଅଧିକାରୀ ଶିକ୍ଷକ ଜଣଙ୍କ ହେଲେ ଗୋପାଳଭାଇ ପଟେଲ। ସେ ଖେଡ଼ା ଜିଲାର ଆନ୍ତରସୁବା ଗାଁରେ ଥିବା ଜେ.ସି. ଦାନି ସ୍କୁଲରେ ଶିକ୍ଷକତା କରନ୍ତି। ଦୀର୍ଘ ୫ ବର୍ଷ ଧରି ସେ ପିଲାଙ୍କୁ ପଢ଼ାଇ ଆସୁଛନ୍ତି। ପିଲାମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି। ପ୍ରଥମେ ସେ ଓଲଟା ଲେଖିବାକୁ ନେଇ ଲେକପ୍ରିୟ ଥିଲେ। ହେଲେ ଏବେ ସେ ଓଲଟା ଗାଇବାକୁ ନେଇ ଚର୍ଚ୍ଚାରେ।

ଯେକୌଣସି ଗୁଜରାଟୀ କିମ୍ବା ହିନ୍ଦୀ ଗୀତକୁ ଓଲଟା ଗାଇଲେ କିମ୍ବା କହିଲେ ଗୋପାଳଭାଇ ତୁରନ୍ତ ଉକ୍ତ ଗୀତକୁ ଓଲଟା ଗାଇ ପାରନ୍ତି। କେବଳ ସେତିକି ନୁହେଁ ଗୁଜରାଟୀ, ହିନ୍ଦୀର ଅକ୍ଷରସବୁ ଏବଂ ୧ ରୁ ୧୦୦ ଅଙ୍କ ସଂଖ୍ୟାକୁ ଚଟାପଟ୍‌ ସେ ଓଲଟା କରି କହିପାରନ୍ତି। ଛାତ୍ରମାନେ ତାଙ୍କୁ ଏଭଳି କହୁଥିବା ଦେଖି ଆନନ୍ଦିତ ହୁଅନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share