Categories: ଫୁରସତ

କ୍ଲାସରେ ରିଲେଶନଶିପ୍‌ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସ୍କୁଲ-କଲେଜରେ ଶିକ୍ଷୟତ୍ରୀ ଓ ଶିକ୍ଷକ ବହିଜ୍ଞାନ ବ୍ୟତୀତ ଜୀବନ ସହ ଜଡିତ ଜରୁରୀ କଥା ମଧ୍ୟ କହିଥାନ୍ତି। ଯାହା ବୟସ ବଢିବା ସହ ପିଲାଙ୍କ ପ୍ରତିଟି ପଦକ୍ଷେପରେ ସାହାଯ୍ୟ କରିଥାଏ। ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ଜଣେ ଶିକ୍ଷୟତ୍ରୀ ସମ୍ପର୍କକୁ ନେଇ ପିଲାଙ୍କୁ ବୁଝାଉଛନ୍ତି। ୫୩ସେକେଣ୍ଡର ଏହି କ୍ଲିପ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷୟତ୍ରୀ କହୁଛନ୍ତି, ଯେଉଁ ସମ୍ପର୍କକୁ ଆପଣ ସୁରୁଖୁରୁରେ ରହିପାରିବେ ସେହି ସମ୍ପର୍କରେ ବାନ୍ଧି ହୁଅନ୍ତୁ। ଆପଣ କାହା ସହ ବେଶୀ ଇଣ୍ଟିମେଣ୍ଟ ବା ଜଡିତ ଅଛନ୍ତି। କିମ୍ବା ରିଲେଶନଶିପରେ ଅଛନ୍ତି ତେବେ ଦେଖିଚାହିଁ ସମ୍ପର୍କର ସେତୁ ବାନ୍ଧନ୍ତୁ। ଯଦି ସମ୍ପର୍କ ଭଲ ଲାଗୁ ନାହିଁ ତେବେ ଛାଡି ଦିଅନ୍ତୁ।

 

ଏପରି ଏକ ଆପଣଙ୍କ ଜୀବନରେ ଆସିପାରେ ଯେଉଁଠି ଆପଣ ଆପଣଙ୍କ ପ୍ରିୟ ମଣିଷଙ୍କୁ କହିପାରନ୍ତି କି, ମୋତେ ପିତାମାତାଙ୍କ ହିସାବରେ ଚାଲିବାର ଅଛି। ଅଭିଭାବକଙ୍କ ରାସ୍ତାରେ ଯିବା ଖରାପ ନୁହେଁ। ହେଲେ ସମ୍ପର୍କରେ କାହାକୁ ଏତେ ଜଡିତ କରିଦିଅ ନାହିଁ ଯାହାଦ୍ୱାରା ତା ପରିବାର ଛାରଖାର ହୋଇଯିବ। ବହୁବାର ଶୁଣିବାକୁ ମିଳିଛି ଯେ, ପୁଅଟି ଏହିସବୁ ପରିସ୍ଥିତିରେ ପଡି ଆତ୍ମହତ୍ୟା କରିଦିଏ।

ଶିକ୍ଷୟତ୍ରୀ ଆହୁରି କହିଛନ୍ତି, କେଉଁ ଝିଅ ପାଇଁ ଆତ୍ମହୁତି ଦେବା ଉଚିତ ନୁହେଁ। କାରଣ ଝିଅମାନେ ଏଭଳି କରନ୍ତି ନାହିଁ। ଏପରି କ୍ଷେତ୍ରରେ ପୁଅଟି ବେଶି ଭାବବିହ୍ବଳ ହୋଇଯାଏ। କାହା ଭାବାବେଗ ସହ କେବେ ବି ଖେଳିବ ନାହିଁ। ସୁନ୍ଦର ସମ୍ପର୍କ ତାକୁ କୁହାଯାଏ ଯାହା ଉଭୟ ପକ୍ଷଙ୍କୁ ଅନୁଭୂତି ହୋଇଥାଏ। ପରସ୍ପର ଗୋଟିଏ ସୂତାରେ ବାନ୍ଧି ହୋଇଥାନ୍ତି। ଏମିତି ନୁହେଁ କି ପରସ୍ପରଙ୍କୁ ଧୋକା ଦେବା।

Share