ବେଙ୍ଗାଲୁରୁ,୩ା୯: ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ବର୍ତ୍ତମାନ କର୍ନାଟକର ଜଣେ ଶିକ୍ଷୟିତ୍ରୀ ଦୁଇ ମୁସଲମାନ ଛାତ୍ରଙ୍କୁ ‘ପାକିସ୍ତାନ ପଳାଅ’ କହି ବିବାଦରେ ଛନ୍ଦି ହୋଇଛନ୍ତି। ଏହି ଘଟଣା ଶିବାମୋଗାର ଟିପୁ ନଗରରେ ଘଟିଛି। ଯେଉଁଠାରେ ଜଣେ ଶିକ୍ଷୟିତ୍ରୀ ଦୁଇ ଛାତ୍ରଙ୍କୁ ଶ୍ରେଣୀରେ ଗାଳିଗୁଲଜ କରିଥିଲେ ଏବଂ ଭାରତ ହିନ୍ଦୁମାନଙ୍କର ସେମାନଙ୍କ ଦେଶ ନୁହେଁ ବୋଲି କହିଥିଲେ। କର୍ନାଟକ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଅଭିଯୁକ୍ତ ଶିକ୍ଷୟିତ୍ରୀ ମଞ୍ଜୁଳା ଦେବୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି, ଯାହାକୁ ବିଭାଗୀୟ ତଦନ୍ତ ବିଚାରାଧୀନ ଅବସ୍ଥାରେ ସ୍ଥାନାନ୍ତର କରାଯାଇଛି। ତେବେ ସେ ଏହି ଅଭିଯୋଗକୁ ଶିକ୍ଷୟିତ୍ରୀ ଜଣକ ଅସ୍ବୀକାର କରିଛନ୍ତି।