ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷକ

ନୂଆପଡ଼ା ଅଫିସ,୨୫।୮: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବାଦୀ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜ ସହକର୍ମୀ ଟିଜିଟି ଶିକ୍ଷକଙ୍କ ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ।
ଏରିୟର ଇଂକ୍ରିମେଣ୍ଟ ବାହାର କରିବା ପାଇଁ ଟିଜିଟି ଶିକ୍ଷକ ରାମକୃଷ୍ଣ ପ୍ରଧାନ ପ୍ରିନ୍ସିପାଲଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏଥିନିମନ୍ତେ ୪୦୦୦ ଟଙ୍କା ଦେବାକୁ ପ୍ରିନ୍ସିପାଲ କହିଥିଲେ। ଏନେଇ ରାମକୃଷ୍ଣ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ବୁଧବାର ରାମକୃଷ୍ଣ ପ୍ରିନ୍ସିପାଲଙ୍କୁ ତାଙ୍କ ଅଫିସରେ ରଙ୍ଗ ବୋଳା ୪ ହଜାର ଟଙ୍କା ଦେଇଥିଲେ। ସେହି ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ନୂଆପଡ଼ା ଓ କଳାହାଣ୍ତି ଭିଜିଲାନ୍ସ ଟିମ ପ୍ରିନ୍ସିପାଲଙ୍କୁ କାବୁ କରି ଟଙ୍କା ଜବତ କରିଥିଲେ।