ଲାଞ୍ଜିଗଡ଼,୧୧।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ସିକେରକୂପା ଫାଣ୍ଡି ଅଧୀନ କାଉଗୁଡା ଗ୍ରାମରେ ସୋମବାର ଜଣେ ଶିକ୍ଷକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ କାଉଗୁଡା ଗାଁର ହରେକୃଷ୍ଣ ଶବର(୪୧) ।
ମିଳିଥିବା ସୂଚନା ଅନୁଯାୟୀ ହରେକୃଷ୍ଣ ଘରେ ରଶି ଦେଇ ଆତ୍ମହତ୍ୟା କରିଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ହରେକୃଷ୍ଣ ଲାଞ୍ଜିଗଡ଼ ରୋଡ ଅପର ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିଲେ। ଖବର ପାଇ ସିକେରକୁପା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ପଠାଯାଇଛି। ଆତ୍ମହତ୍ୟାର କାରଣ ଜଣାପଡି ନ ଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୩/୨୩) ରୁଜୁ କି ତଦନ୍ତ କରୁଥିବା ଏସ୍ଆଇ ମୀନକେତନ ଶବର ସୂଚନା ଦେଇଛନ୍ତି।