Categories: ଜାତୀୟ

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ

ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ ଚାଲିଥିବା ଏହି ଆନ୍ଦୋଳନର ସମାଧନର ବାଟ ବାହାରି ପାରି ନାହିଁ। ଏପରିସ୍ଥିତିରେ ପଞ୍ଜାବର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଜଣେ ଶିକ୍ଷକ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସାଇକେଲ ଯୋଗେ ଦିଲ୍ଲୀର ଟିକାରି ସୀମାରେ ପହଞ୍ଚିଛନ୍ତି। ଦୀର୍ଘ ୨୨୫ କିଲୋମିଟର ସାଇକେଲରେ ଯାତ୍ରା କରିବା ପରେ ସେ ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି। ସେ ହେଲେ ମନୋଜ କୁମାର। ମନୋଜ କହିଛନ୍ତି, ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ, ଏହା କେବଳ କୃଷକଙ୍କ ଆନ୍ଦୋଳନ ନୁହେଁ, ଏହା ଏକ ଜନସ୍ବାର୍ଥ ଆନ୍ଦୋଳନରେ ପରିଣତ ହୋଇସାରିଛି।

 

Share