କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର କେନ୍ଦୁଝରଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ଆଗରେ ଏକଜୁଟ ହୋଇ ବିକ୍ଷୋଭ ସଭାରେ ନିଜର ଦାବି ଉପସ୍ଥାପନ କରିବା ସହ ଜଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଲେବୁଲ ୯ କେନ୍ଦ୍ରୀୟ ହାତରେ ୪୨୦୦ ଗ୍ରେଡପେ ପ୍ରଦାନ, ଠିକାପ୍ରଥା ଉଚ୍ଛେଦ, ପୁରୁଣା ପେନଶନ ବ୍ୟବସ୍ଥା ଲାଗୁ ଆଦି ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ଆସନ୍ତା ୧୬ ତାରିଖରୁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି।