ସମୂହ ଛୁଟିରେ ଶିକ୍ଷକ

କୋରାପୁଟ,୧୫।୯(ଅମିତାଭ ବେହେରା): ରାଜ୍ୟ ଏବଂ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘ ଶୁକ୍ରବାରଠାରୁ ସମୂହ ଛୁଟିରେ ଯିବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଶତାଧିକ ଶିକ୍ଷକ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରିବା ସମେତ ୩ ଦଫା ଦାବି ପୂରଣ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଜିଲା ସଂଘର ସମ୍ପାଦକ ରାଜେନ୍ଦ୍ର ସାହୁ, ବ୍ଲକ ସଭାପତି ବସନ୍ତ ଲେଙ୍କା, ଧନେଶର କାଣ୍ଡି, ଜୟକୃଷ୍ଣ ଭଦ୍ର, ଗଜନୀ ଚନ୍ଦ୍ର ଶେଖର, ଟି ଅରୁଣା, ଲକ୍ଷ୍ମୀ ପ୍ରିୟା ଦାସ, ପ୍ରମୋଦ ଡାକୁଆ ଧାରଣାର ନେତୃତ୍ୱ ନେଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମୂହ ଛୁଟି ଯୋଗୁ ଜିଲାର ସମସ୍ତ ୧୪ଟି ବ୍ଲକରେ ଥିବା ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଏକ ପ୍ରକାର ଠପ୍‌ ହୋଇଯାଇଛି।