ରାଉରକେଲା ଅଫିସ୍, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ପର୍ବ ଥିବାରୁ ନାବାଳିକା ଜଣଙ୍କ ଗ୍ରାମର ଜଣଙ୍କ ଘରକୁ ନାଚ ଶିଖିବା ପାଇଁ ଯାଉଥିଲେ। ନାଚ ଶିଖାଉଥିବା ଶିକ୍ଷକ ଜଣକ ତାଙ୍କୁ ଧମକ ଦେଇ ବାରମ୍ବାର ବଳାତ୍କାର କରିଆସୁଥିଲେ। ଶେଷରେ ବାଧ୍ୟ ହୋଇ ନାବାଳିକା ଜଣଙ୍କ ଘରେ ଜଣାଇଥିଲେ। ଏନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।