ତେଜିଲା ଶିକ୍ଷକ ନିଯୁକ୍ତି ଦାବି: ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ ଧାରଣାରେ

ପାଟଣା,୧୪।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପୂରଣ ସହ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସୋମବାର ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି।

ବିଦ୍ୟାଳୟରେ ନବମ ଏବଂ ଦଶମ ଶ୍ରେଣୀରେ ମୋଟ ୪୯ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ରହିଛନ୍ତି। ଅନ୍ୟ ଶିକ୍ଷକ ପଦବୀ ଖାଲି ପଡିଛି। ଫଳରେ ଛାତ୍ରଛାତ୍ରୀମାନେ କୌଣସି ବିଷୟରେ ପାଠ ପଢି ପାରୁନାହାନ୍ତି। ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇ ଚିନ୍ତାରେ ପଡିଛନ୍ତ ଅଭିଭାବକ। ପୂର୍ବରୁ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି।

Share