କୋଲକାତା,୧୮।୪: ତୃଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମଙ୍ଗଳବାର ପଚରାଉଚରା କରିବ। ଏଥିପାଇଁ ସୋମବାର ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା। ବର୍ତ୍ତମାନ ଅଭିଷେକ ବାନାର୍ଜୀ ଏହାକୁ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରୋକ୍ ସତ୍ତ୍ୱେ ମଧ୍ୟ ସିବିଆଇ ଡକାଇଛି। ମୋତେ ହଇରାଣ ଓ ଟାର୍ଗେଟ କରାଯାଉଛି।
ସୂଚାନାଯୋଗ୍ୟ, କୋଲକାତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇକୁ
ସମନ ପାଇଁ ଅନୁମତି ଦେଇଥିଲେ। ହେଲେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଥିଲେ ମଧ୍ୟ ସିବିଆଇ ସମନ ଜାରି କରିଛି।