ଭେରିଫିକେଶନ ପାଇଁ ସାର୍ଟିଫିକେଟ ମାଗିବାରୁ ଇସ୍ତଫା ଦେଲେ ଶିକ୍ଷକ

କଣ୍ଟାବାଞ୍ଜି,୨୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାଲ ସିଟି ଓ ଶିକ୍ଷାଗତ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଏହିକ୍ରମରେ ବ୍ଲକର ୬ଟି ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ସମୟରେ ଦାଖଲ କରିଥିବା ପ୍ରମାଣ ପତ୍ର ଜମା କରିବା ପାଇଁ ଗତ ତା୨୩।୯।୨୦୨୧ରିଖରେ ନୋଟିସ୍‌ ଯାରି କରିଥିଲେ। ସେମାନଙ୍କ ମଧ୍ୟରୁ ହିଆଁଲ ପଞ୍ଚାୟତ କର୍ଲାବାହାଲି ଗ୍ରାମର ସନ୍ତୋଷୀ ଦାସ ନିଜର ସମସ୍ତ ସାର୍ଟିଫିକେଟ ଜମା କରିବା ବଦଳରେ ମଙ୍ଗଳବାର ବିଇଓଙ୍କ କାର୍ଯ୍ୟାଳୟକୁ ଯାଇ ନିଜ ଇସ୍ତାଫା ପତ୍ର ଦେଇଥିବା ବିଇଓ ସୁରେନ୍ଦ୍ର କୁମାର ପୁରୋହିତ ସୂଚନା ଦେଇଛନ୍ତି। ଶିକ୍ଷୟିତ୍ରୀ ଦାସ ଗତ ତା୧୯।୧୦।୨୦୧୧ରିଖରେ ଚାକିରିରେ ଯୋଗ ଦେଇଥିଲେ  । ତର୍ଜମା ଚାଲିଛି, ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଇଓ ପୁରାହିତ କହିଛନ୍ତି।

Share