ଶିକ୍ଷକଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୧୨ା୮(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲାର ଶୁଣାଣି ହୋଇଛି। ବିଚାରପତି ବିଜୟ କୁମାର ମିଶ୍ର ମାମଲାର ଶୁଣାଣି କରି ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ତେଲକୋଇ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ବ୍ଲକ୍‌ର ନୂଆଗାଁ ଗ୍ରାମର ଶଙ୍କର୍ଷଣ ବେହେରା (୩୩) ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଲୋଭିତ ଏବଂ ଧମକ ଦେଇ ବାରମ୍ବାର ବଳାତ୍କାର କରିଥିଲେ। ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଶିକ୍ଷକଙ୍କୁ କୋର୍ଟଚାଲାଣ କରିଥିଲେ। କୋର୍ଟ ୧୯ ସାକ୍ଷୀଙ୍କ ବୟାନ ଆଧାରରେ ରାୟ ଶୁଣାଇଥିବା ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା କହିଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share