ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ଏକ ସରକାରୀ ସ୍କୁଲ୍ରେ ଗୁରୁବାର ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ର ଶିକ୍ଷକଙ୍କୁ ଏକାଧିକ ଥର ଛୁରି ଭୁସିଛନ୍ତି। ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ଭୁଦେବ ଇନ୍ଭିଜିଲେଟର ଭାବେ ସେଠାକୁ ଯାଇଥିଲେ। ଛୁରାମାଡ଼ରେ ଗୁରୁତର ଆହତ ଭୁଦେବଙ୍କୁ ବିଏଲ୍କେ କପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇଜଣ ଛାତ୍ର ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।