ଅଧିକାର ପାଇଁ ରାଜରାସ୍ତାରେ ଶିକ୍ଷୟିତ୍ରୀ ଶିକ୍ଷକ

ଭୁବନେଶ୍ୱର,୧୭।୮(ଅନୁରାଧା ମହାରଣା)ଦାବି ଦିବସରେ ନିଜ ଅଧିକାର ପାଇବାକୁ ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ସହ ୧୦ଦଫା ଦାବି ନେଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଭୁବନେଶ୍ୱରଠାରେ ବିକ୍ଷୋଭ ସମାବେଶ କରାଯାଇଥିବାବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣାରେ ବସିବେ ବୋଲି ଆନ୍ଦୋଳନରତ ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ପ୍ରଥମେ ସେମାନେ ରାଜଧାନୀରେ ଏକାଠି ହେବା ପରେ ମାଷ୍ଟରକ୍ୟାଣ୍ଟିନ ଛକରୁ ପ୍ରତିବାଦ ଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ। ସରକାରୀ ଅବହେଳାରୁ ନିଜ ଅଧିକାରରୁ ବଞ୍ଚତ୍ତ ହୋଇଥିବା ନେଇ ଶିକ୍ଷୟିତ୍ରୀଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ନାରାବାଜି କରିଥିଲେ। ରାଜ୍ୟର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଅର୍ଥ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟର ଜିଲା ଶିକ୍ଷାଧିକାରୀଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଦାବି ପୂରଣ ନ ହେବାରୁ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା କୁହାଯାଇଛି। ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ଭିତରେ ଦରମା, ଚାକିରି ସର୍ତ୍ତାବଳୀ ଆଦିରେ ତାରତମ୍ୟ ନ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ପ୍ରାଥମିକଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଶୂନ୍ୟ ପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯାଉ ଓ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନ କରି ସମ୍ପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଅନ୍ୟତମ ଦାବି ରଖାଯାଇଛି। ସେହିଭଳି ଚାକିରିରୁ ଅବସର ନେଇଯାଉଥିବା ଶିକ୍ଷକଙ୍କ ପେନ୍‌ସନ୍‌, ଭବିଷ୍ୟନିଧି ପାଣ୍ଠି ମିଳିବାରେ ଅନିୟମିତତା ଦେଖାଯାଉଥିବାରୁ ସେମାନେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶିକାର ହୋଇ ବାରମ୍ବାର ଶିକ୍ଷାବିଭାଗର ବିଭିନ୍ନ ଦପ୍ତରକୁ ଦୌଡ଼ିବାକୁ ବାଧ୍ୟ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ବେତନ ପ୍ରଦାନ, ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ପେନ୍‌ସନ୍‌ ଏବଂ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟରେ ଖାଲିପଡ଼ିଥିବା ପଦବୀରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିଯୁକ୍ତି, ୬୪୮ ବିଦ୍ୟାଳୟକୁ ସରକାରୀକରଣ, ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର କରିବା, ୨୦୦୪ରୁ ୨୦୧୩ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ୨୮୦୦ଗ୍ରେଡ଼୍‌ ପେ’ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକଙ୍କୁ ଟି.ଜି ସ୍କେଲ୍‌ର ମାନ୍ୟତା ପ୍ରଦାନ, ନୂତନ ପେନ୍‌ସନ୍‌ ପରିବର୍ତ୍ତେ ପୁରାତନ ପେନ୍‌ସନ୍‌ର ପୁନଃପ୍ରଚଳନ, ବିଦ୍ୟାଳୟରେ କାର୍ଯ୍ୟରତ କିରାଣିଙ୍କୁ ଯୋଗ୍ୟତାଭିତ୍ତିରେ ପଦୋନ୍ନତି ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରଙ୍କ ଜଣେ ପ୍ରତିନିଧି ଭାବେ…

ଭୁବନେଶ୍ୱର,୧୯ା୧୦: ଶନିବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri