ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଶିକ୍ଷକ

ବାରିପଦା,୯ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ବଡ଼ଭାଲିଆ ପଞ୍ଚାୟତ କୁଲାଦହଣୀ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ବିଦ୍ୟାଳୟର ଶିକ୍ଷକ ସୁଦିବ୍ୟଶକ୍ତି ଦାସ ମାଡ଼ମାରି ଗୁରୁତର କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁଳିଆପଦା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୧୯୩/୯ା୧୧ା୨୦୨୩ରେ ଶିକ୍ଷକ ସୁଦିବ୍ୟଶକ୍ତଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେବା ପର୍ଯ୍ୟନ୍ତ ସେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଏପରିକି ବିନା ସୂଚନାରେ ମୁଖ୍ୟାଳୟ ନ ଛାଡ଼ିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ବିଦ୍ୟାଳୟ ଭଳି ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ସୁଦିବ୍ୟଶକ୍ତ ନିସ୍ତୁକ ମାଡ଼ ମାରିବାରୁ ଛାତ୍ର ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ଏନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଡବଲ ମର୍ଡର; ଯୁବତୀ-ଯୁବକଙ୍କ ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲେ, ପହଞ୍ଚିଲେ ଏସ୍‌ପି

ବଲାଙ୍ଗୀର, ୨୪।୧୦ (ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ନିକଟ ପତ୍ରା ଜଙ୍ଗଲରେ ଗୁରୁବାର ସକାଳୁ ଯୁବତୀ-ଯୁବକଙ୍କ ମୃତଦେହ ପଡ଼ିଥିବା...

ବାତ୍ୟା ‘ଦାନା’କୁ ନେଇ ଗ୍ରୋସରୀ କଳାବଜାରୀ, ଚଢ଼ାଉ କରୁଛି ଯୋଗାଣ ବିଭାଗ

ଗଞ୍ଜାମ,୨୪।୧୦(ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ସହରବାସୀ ଚିନ୍ତାରେ ଥିବା ବେଳେ ବିଭିନ୍ନ ସାମଗ୍ରୀର ଦରଦାମ୍‌ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ନିତ୍ୟ...

ଚାନ୍ଦବାଲିରେ ପ୍ରବଳ ବର୍ଷା, ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ଭଦ୍ରକ,୨୪।୧୦(ସନାତନ ରାଉତ): ଭୀଷଣ ବାତ୍ୟାର ରୂପ ନେଲା ଦାନା। ପାଣିପାଗ ବିଭାଗ ସୂଚନା ମୁତାବକ, ବାତ୍ୟା ଦାନା ଗୁରୁବାର ରାତିରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁବ...

ସ୍ଥଳଭାଗ ଛୁଇଁବା ପରେ ବଦଳିବ ବାତ୍ୟା ‘ଦାନା’ର ଦିଗ; ଏସବୁ ଜିଲା ହେବେ ଅଧିକ ପ୍ରଭାବିତ

ଭୁବନେଶ୍ୱର,୨୪।୧୦: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଗତ ୬ଘଣ୍ଟା ମଧ୍ୟରେ...

ଭୟଙ୍କର ହେଲା ସମୁଦ୍ର, ଭିତରକନିକାରେ ମାଡିଆସିଲା ପାଣି…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେଉଛି ଦାନା । ବର୍ତ୍ତମାନ ଏହା ପାରାଦୀପଠାରୁ ୨୬୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା...

ରାତିରେ ଲ୍ୟାଣ୍ଡଫଲ୍‌ ସକାଳୁ ଏ କି ସ୍ଥିତି, ୪ ଜିଲାକୁ ଏବେଠୁ ହାଇ ଆଲର୍ଟ,କରିବ ତାଣ୍ଡବ…

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇଛି ଦାନା। ଅତି ଭୟଙ୍କର ଭାବେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳମୁହାଁ ହେଉଛି ଦାନା। ବାତ୍ୟା ‘ଦାନା’ ଉତ୍ତର...

୨୪, ୨୫ରେ ହବିଷିଆଳିଙ୍କ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ,୨୪ା୧୦(ଅଜିତ୍‌ କୁମାର ମହାନ୍ତି): ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୁରୀ ଜିଲାକୁ ୟେଲୋ ଜୋନ୍‌ ଘୋଷଣା କରିଥିବା ବେଳେ ୨୪...

ବାତ୍ୟାର ଲାଟେଷ୍ଟ ଅପଡେଟ୍‌, ଲ୍ୟାଣ୍ଡଫଲ୍‌ବେଳେ ବୁଲିଯିବ…

କେନ୍ଦ୍ରାପଡ଼ା, ୨୪ା୧୦(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହି ସମ୍ଭାବ୍ୟ ଝଡ଼ ୨୪ ତାରିଖରେ ଉପକୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri