ବିନା ଅନୁମତିରେ ଛୁଟି ରହିବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ଶିକ୍ଷକ

 ନବରଙ୍ଗପୁର,୧୩।୨(ସଦାଶିବ ପ୍ରହରାଜ): ସରକାରୀ ନିଯୁକ୍ତି ଆଇନ ଓ ବ୍ୟବସ୍ଥାକୁ ଅଣଦେଖା। ଚାକିରୀରେ ଥାଇ ବିନା ଉପରିସ୍ଥ ଅଧିକାରୀଙ୍କ ଅନୁମତିରେ ଛୁଟିରେ ରହିବା ସହ ନିୟମିତ ବିଏଡ୍‌ ପଢୁଛନ୍ତି। ଏକ ବର୍ଷରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ଅନୁପସ୍ଥିତ ରହିଲେ। ଫଳରେ ପିଲାଙ୍କ ଶିକ୍ଷା ଅଧିକାର କ୍ଷୁର୍ଣ୍ଣ ହେଲା। ସିଆରସିସି, ଏବିଇଓ ଏବଂ ବିଇଓ ସମସ୍ତେ ବିଦ୍ୟାଳୟ ପରିଚାଳନା, ପାଠପଢ଼ା, ଶିକ୍ଷକଙ୍କ ଛୁଟି ଓ ଅନୁମତି ଆଦି ଜାଣିବା ଜରୁରୀ। କିନ୍ତୁ ଏହି ନିୟମ ଖିଲାପ କରିବା ଅଭିଯୋଗରେ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହିର୍ଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଚରଣ ସିଂ ହରିଜନଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାନୁଯାୟୀ, ଶିକ୍ଷକ ଚରଣ ସିଂ ହରିଜନ ୨୦୨୩ ଜୁଲାଇ ୨୭ରୁ ବିନା ଛୁଟିରେ ରହିଛନ୍ତି। ସେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୨୨୩ର ବିଏଲଓ ଭାବେ ମଧ୍ୟ ନିୟୋଜିତ। ସେ ଭବାନୀପାଟଣାରେ ନିୟମିତ ବିଏଡ୍‌ କରୁଛନ୍ତି। ଏ ନେଇ ସେ ବିଇଓ, ଡିଇଓ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମତି ମଧ୍ୟ ନେଇନାହାନ୍ତି।
ବିନା ଅନୁମତି ଓ ଛୁଟିରେ ଜଣେ ଶିକ୍ଷକ କିଭଳି ବିଏଡ୍‌ କରିବାକୁ ଗଲେ ତାହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଯଦି ସେ ବିଏଡ୍‌ ପାଇଁ ପରୀକ୍ଷା ଦେଇ ଚୟନ ହୋଇ ଜଏନ କରିଛନ୍ତି ତଥାପି ମଧ୍ୟ ପ୍ରଶାସନିକ ଅନୁମତି ନେଇ ନାହାନ୍ତି। ଯାହା  ସରକାରୀ ନିଯୁକ୍ତି ଆଇନକୁ  ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଛାତ୍ରୀଛାତ୍ରଙ୍କ କର୍ତ୍ତବ୍ୟ। କିନ୍ତୁ ଶିକ୍ଷକ ଜଣଙ୍କ ବିନା ଅନୁମତିରେ ବିଏଡ୍‌ କରିବା ଦ୍ୱାରା ପିଲାଙ୍କ ପଢ଼ାରେ କ୍ଷତି ହୋଇଛି। ଘଟଣା ସମ୍ପର୍କରେ ଡିଇଓ ଛତ୍ରପତି ସାହୁ ଜାଣି ଏଡିଇଓ ରେଶମଲାଲ ନାୟକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଡିଇଓ ନାୟକ ତଦନ୍ତ ରିପୋର୍ଟ ଦେଲେଯେ, ଶିକ୍ଷକ ଚରଣ ସିଂ ୨୦୨୩ ଜୁଲାଇ ୨୭ରୁ ବିନା ଛୁଟି ଓ ବିନା ଅନୁମତିରେ ବିଏଡ୍‌ କରୁଛନ୍ତି। ଦରମା ପାଉନଥିଲେ ମଧ୍ୟ ୨୦୨୩ ଜୁଲାଇ ମାସର ଦରମା ପାଇଛନ୍ତି।
ଡାବୁଗାଁ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୨୩ର ବିଏଲ୍‌ଓ ଦାୟିତ୍ୱରେ ରହିଛନ୍ତି। ଏଡିଇଓଙ୍କ ଏହି ରିପୋର୍ଟ ପରେ ଡିଇଓ ଶିକ୍ଷକ ଚରଣ ସିଂ ହରିଜନଙ୍କୁ ନିଲମ୍ବିତ କରିବାକୁ ପାପଡ଼ାହାଣ୍ଡି ବିଇଓ ସୌମେନ୍ଦ୍ର ଭୌମିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ୬ ତାରିଖରେ ଚିଠି ନମ୍ବର ୨୪୧ରେ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।
ଏନେଇ ଜିଲା ନିର୍ବାଚନ ବିଭାଗରେ ପଚାରିବା ପରେ ଚରଣ ସିଂ ବିଏଲ୍‌ଓ ଦାୟିତ୍ୱରେ ଥିବା ଯୋଗୁ ୬୦ ପ୍ରତିଶତ ଭାବେ ୪୨୦୦ ଟଙ୍କା ସହାୟତା ପାଇଛନ୍ତି। ଆଉ ୪୦ ପ୍ରତିଶତ ୨୮୦୦ ଟଙ୍କା ଆକାଉଣ୍ଟକୁ ଯିବ ବୋଲି ଜଣାପଡିଛି। ଶିକ୍ଷକ ଜଣଙ୍କ ସ୍କୁଲରେ ଅନୁପସ୍ଥିତ ରହୁଥିବାବେଳେ ବିଏଲଓ ଦାୟିତ୍ୱରେ ରହି କିଭଳି ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟ ତୁଲାଇଲେ ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ କହିଛନ୍ତି।
ନିୟାମାନୁଯାୟୀ ବିଇଓ ବିଏଲ୍‌ଓ ନିଯୁକ୍ତ କରି ବିଡିଓଙ୍କୁ ନାମ ପ୍ରଦାନ କରନ୍ତି। ବିଡିଓ ତାହାକୁ ଇଆର୍‌ଓଙ୍କୁ ପଠାଇଥାନ୍ତି। ଉକ୍ତ ତାଲିକା ଜିଲା ନିର୍ବାଚନ ବିଭାଗକୁ ଆସିବା ପରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ବିଏଲ୍‌ଓ ପ୍ରାପ୍ୟ ପାଇଥାନ୍ତି। ଦୀର୍ଘ ଦେଢ଼ ବର୍ଷ ହେବ ବିଦ୍ୟାଳୟକୁ ଆସୁ ନ ଥିବା ଶିକ୍ଷକ କିଭଳି ବିଏଲ୍‌ଓ ଦାୟିତ୍ୱ ତୁଲାଇଲେ। ସିଆର୍‌ସିସି, ଏବିଇଓ, ବିଇଓ ଏ ସମ୍ପର୍କରେ କିଭଳି ଜାଣି ପାରିଲେ ନାହିଁ ଏହି ସବୁର ତଦନ୍ତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଜପତି ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image