Advertisement

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଦୈନନ୍ଦିନ ଜୀବନରେ ବିଜ୍ଞାନଭିତ୍ତିକ ଚିନ୍ତାଧାରାକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଆଇଏସ୍‌ର ଭୁବନେଶ୍ୱର ଶାଖା ନିର୍ଦ୍ଦେଶକ ଏ.କେ. ପୁରୋହିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଆଇଏସ୍‌ର ଯୁଗ୍ମ ନିର୍ଦ୍ଦେଶକ ଦୀପକ ପାତ୍ର, ରଜନୀ ପନଓ୍ବର, ସଞ୍ଜୀବ କୁମାର ନାଏକ, ସ୍ବପନିଲ୍‌ ପ୍ରତାପ, ହିରିରାମ୍‌ ପନ୍‌ସାରୀ ପ୍ରମୁଖ ଉପସ୍ଥିତ ଥିଲେ। ଦୈନନ୍ଦିନ ଜୀବନରେ ମାନକର ଗୁରୁତ୍ୱ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ବିଆଇଏସ୍‌ର ଯୁଗ୍ମ ନିର୍ଦ୍ଦେଶକ ଦୀପକ ପାତ୍ର ବିଆଇଏସ୍‌ର କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଇଲେକ୍ଟ୍ରିକ୍‌ ପ୍ରେସରକୁକର ଉପରେ ମେଥେଡୋଲୋଜି ଓ ଡେମୋନଷ୍ଟ୍ରେଶନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ୪୦ ଜଣ ଶିକ୍ଷକ ୭ଟି ଗ୍ରୁପ୍‌କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel