ଶ୍ରେଣୀଗୃହ ବିନା ଶିକ୍ଷକ

ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହାଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଏକବିଂଶ ଶତାବ୍ଦୀର ଜୀବନର ପ୍ରାୟ ସମସ୍ତ ଦିଗକୁ ପ୍ରଭାବିତ କରିଛି। ଅନେକ ଟେକ୍ନୋଲୋଜି ସମୟ ଏବଂ ପରିଶ୍ରମ ସଞ୍ଚୟ କରି ଆମ ଜୀବନକୁ ସହଜ କରିବାରେ ସାହାଯ୍ୟ କରି ଆସୁଛି। ଇଣ୍ଟରନେଟର ଶକ୍ତି ଦ୍ୱାରା ସହଜରେ ବିଭିନ୍ନ ବିଚାର, ଗବେଷଣା ଏବଂ ସଂସାଧନଗୁଡ଼ିକୁ ସହଜରେ ବାଣ୍ଟିବା ବା ଆଦାନପ୍ରଦାନ କରିବା ପାଇଁ ବିଶ୍ୱସ୍ତରୀୟ ସମୁଦାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। କିନ୍ତୁ ଏବେ ବି ମହତ୍ତ୍ୱ ଅଛି ପୁସ୍ତକର। ପୁସ୍ତକ ପଢ଼ିବାର ମହତ୍ତ୍ୱକୁ କେବେ ବି ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ବଦଳା ଯାଇପାରିବ ନାହିଁ। ପଢ଼ିବା ପାଇଁ ଉପଯୁକ୍ତ ପରିବେଶ, ଏକ ପାଠାଗାର ବ୍ୟତୀତ ଆଉ କ’ଣ ହୋଇପାରେ! ପାଠାଗାର ହେଉଛି ଏକ ଅନୁଷ୍ଠାନର ହୃଦୟ ସଦୃଶ, ଯାହାକି ଏକ ଶିକ୍ଷା ବ୍ୟବସ୍ଥାର ଏକ ପ୍ରଧାନ ଅଙ୍ଗ। ପ୍ରତ୍ୟକ ଶିକ୍ଷାନୁଷ୍ଠାନର ଶ୍ରେୟ ଏହାର ପାଠାଗାରର ସଂସାଧନ, ଭିତ୍ତିଭୂମି ଏବଂ କର୍ମଚାରୀମାନଙ୍କ ଉପରେ ନିର୍ଭର କରେ। ପାଠାଗାରକୁ ବିଭିନ୍ନ ଶବ୍ଦ ଯାଥା ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ଲାଇବ୍ରେରି ଆଦି ନାମରେ ସମସ୍ତେ ଜାଣନ୍ତି। ପାଠାଗାର ମଧ୍ୟରେ ଅତିବାହିତ ଯାହାର ଜୀବନ; କର୍ମସ୍ଥଳୀ ଯାହାର ପାଠାଗାର, ଯାହାର ମନ ପାଠାଗାରରେ ଲୀନ; ସେ କିଏ ସମସ୍ତେ ଜାଣନ୍ତି।
ଗ୍ରନ୍ଥାଗାରର ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ ଗ୍ରନ୍ଥାଗାରର ସଂରକ୍ଷକ, ପରିଚାଳକ ଏବଂ ପାଠକଙ୍କ ଭବିଷ୍ୟତର ମାର୍ଗଦର୍ଶକ। କିନ୍ତୁ ଦୁଃଖର ବିଷୟ, ସରକାରଙ୍କୁ ଲାଗୁଛି ବୋଧେ ଦରକାର ନାହିଁ ଗ୍ରନ୍ଥାଗାର ପାଇଁ ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ। ପାଠକଙ୍କୁ ମିଳୁନି ଆଶାନୁରୂପ ପାଠାଗାର ସେବା, ବିଦ୍ୟମାନ ପାଠାଗାରଗୁଡ଼ିକୁ ମିଳୁନି ତାଲିମପ୍ରାପ୍ତ ଗ୍ରନ୍ଥାଗାରିକର ସେବା। ଏହିପରି ଭାବରେ ଗ୍ରନ୍ଥାଗାର ସହ ଗ୍ରନ୍ଥାଗାରିକଙ୍କ ଅବସ୍ଥା ସରକାରଙ୍କର ଦୃଷ୍ଟି ଆକର୍ଷଣ କରିପାରିଲେ କିଛି ବ୍ୟବସ୍ଥା ହୋଇପାରନ୍ତା।
ଛାତ୍ରୀଛାତ୍ରମାନେ ସେମାନଙ୍କ କ୍ୟାରିଅରରେ ଉନ୍ନତି ଆଣିବା ପାଇଁ ପାଠାଗାର ବ୍ୟବହାର କରନ୍ତି। ଉପଯୁକ୍ତ ପାଠକଙ୍କୁ ଉପଯୁକ୍ତ ସମୟରେ ଉପଯୁକ୍ତ ସଂସାଧନ ଯୋଗାଇଦେବା ପାଇଁ ଗ୍ରନ୍ଥାଗାରିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପାଠକଙ୍କ ମାର୍ଗଦର୍ଶକ ହୋଇଥାନ୍ତି ଗ୍ରନ୍ଥାଗାରିକ ମାନେ।
ଟେକ୍ନୋଲୋଜିର ଯେତେ ଉନ୍ନତି ହେଲେ ମଧ୍ୟ, ପ୍ରତି ଲାଇବ୍ରେରିକୁ ଲାଇବ୍ରେରିଆନର ଆବଶ୍ୟକତା ରହିଛି। ସେଥିପାଇଁ ତ ପ୍ରସିଦ୍ଧ ବ୍ରିଟିଶ ଔପନ୍ୟାସିକ ନିଲ୍‌ ଜି’ ଆଇମାନ କହିଛନ୍ତି ଯେ, ଗୁଗୁଲ ଆପଣଙ୍କୁ ଏକ ଶହ ହଜାର ଉତ୍ତର ଖୋଜି ବାହାର କରିଦେଇ ପାରେ, କିନ୍ତୁ ଜଣେ ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ ଆପଣଙ୍କୁ ଠିକ୍‌ଟି ହିଁ ଦେଇପାରିବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି)ର ନିୟମ ଅନୁସାରେ ଲାଇବ୍ରେରିଆନ ପଦବୀକୁ ଶିକ୍ଷଣିକ (ଏକାଡେମିକ) ସ୍ତରର ପଦଗୁଡ଼ିକ ସହ ତୁଳନା କରାଯାଇଛି। ବିଭିନ୍ନ ଅନୁସନ୍ଧାନ ବା ରିସର୍ଚ୍ଚ ସଂସ୍ଥାରେ ଲାଇବ୍ରେରିଆନ ପଦଗୁଡ଼ିକୁ ସୂଚନା ଅଧିକାରୀ, ସୂଚନା ବୈଜ୍ଞାନିକ, ସୂଚନା ବିଜ୍ଞାନୀ ଆଦି ନାମରେ ନିଯୁକ୍ତି ମିଳୁଛି।
ଜଣେ ଲାଇବ୍ରେରିଆନର ଗୁରୁତ୍ୱ କ’ଣ, ଏହା କେବଳ ଜଣେ ଲାଇବ୍ରେରିକୁ ଭଲପାଉଥିବା, ଲାଇବ୍ରେରି ସହିତ ଜଡିତ ଥିବା ଏବଂ ଲାଇବ୍ରେରିକୁ ବ୍ୟବହାର କରୁଥିବା ଲୋକ ହିଁ ବୁଝିପାରିବ। ଲାଇବ୍ରେରିଆନ କେବଳ ପାଠକଙ୍କୁ ପୁସ୍ତକ ଆଦାନ ପ୍ରଦାନ କରନ୍ତି ନାହିଁ, ଏହା ସହିତ ପାଠାଗାରରେ ଉପଯୁକ୍ତ ସଂସାଧନକୁ ଉପଯୁକ୍ତ ସମୟରେ ଉପଲବ୍ଧ କରାଇ ଉପଯୁକ୍ତ ବ୍ୟକ୍ତିଙ୍କୁ ସୂଚିତ କରିବା, ପାଠକଙ୍କ ମାନସିକ ଅଧ୍ୟୟନ, ପାଠକଙ୍କୁ ମାର୍ଗଦର୍ଶନ, ପୁସ୍ତକ ଏବଂ ଅନ୍ୟ ପଠନ ଉପଯୋଗୀ ସଂସାଧନର ଚୟନ, ପାଠାଗାର ଶୃଙ୍ଖଳା ଏବଂ ପରିଚାଳନା ଆଦି ଅନେକ କାର୍ଯ୍ୟଭାର ତୁଲାଇଥାନ୍ତି। ଏତଦବ୍ୟତୀତ ପାଠାଗାରର ଟେକ୍ନିକାଲ କାର୍ଯ୍ୟ ଯେପରିକି ସୂଚୀକରଣ (କ୍ୟାଟେଲଗିଂ), ବର୍ଗୀକରଣ (କ୍ଲାସିଫାଇଙ୍ଗ), ଅନୁକ୍ରମଣ (ଇଣ୍ଡେକ୍ସଇଂ), ଅଟୋମେଶନ, ଡିଜିଟାଲାଇଜେଶନ ଇତ୍ୟାଦି ଦାୟିତ୍ୱ ମଧ୍ୟ ନିଭାଇଥାନ୍ତି। ଆମେରିକୀୟ ପାଣିପାଗ ଉପସ୍ଥାପକ ତଥା ରେଡିଓ/ଟିଭି ବ୍ୟକ୍ତିତ୍ୱ ୱିଲାର୍ଡ ସ୍କଟ୍‌ କହିଛନ୍ତି, ଲାଇବ୍ରେରିଆନ ସର୍ବଦା ସର୍ବାଧିକ ଚିନ୍ତିତ ଏବଂ ସାହାଯ୍ୟକାରୀ ଲୋକଙ୍କ ମଧ୍ୟରେ ରହିଆସିଛନ୍ତି। ସେମାନେ ଶ୍ରେଣୀଗୃହ ବିନା ଶିକ୍ଷକ।
ଭାରତରେ ଲାଇବ୍ରେରି ବିକାଶର ନେତୃତ୍ୱ ନେଇଥିବା ପାଠାଗାର ବିଜ୍ଞାନ ବା ଲାଇବ୍ରେରି ସାଇନ୍ସର ଜାତୀୟ ପ୍ରଫେସର, ଶିକ୍ଷାବିତ୍‌, ଗଣିତଜ୍ଞ ତଥା ଜଣେ ମହାନ ଗ୍ରନ୍ଥାଗାରିକ ଡ.ଏସ. ଆର୍‌. ରଙ୍ଗନାଥନଙ୍କ ଜନ୍ମଦିନ ଅଗଷ୍ଟ ୧୨ ତାରିଖକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବରେ ପାଳନ କରାଯାଏ।
ଲାଇବ୍ରେରି ସାଇନ୍ସରେ ତାଙ୍କର ବହୁ ଅବଦାନ ପାଇଁ ରଙ୍ଗନାଥନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ପୂରା ନାମ ଶିୟାଲି ରାମାମ୍ରିତ ରଙ୍ଗନାଥନ, ଯିଏ କି ଭାରତରେ ପାଠାଗାର ବିଜ୍ଞାନ, ଡକ୍ୟୁମେଣ୍ଟେଶନ ଏବଂ ସୂଚନା ବିଜ୍ଞାନର ଜନକ ଭାବରେ ପରିଗଣିତ ହୋଇଛନ୍ତି ଏବଂ ଏହି କ୍ଷେତ୍ରରେ ତାଙ୍କର ମୌଳିକ ଚିନ୍ତାଧାରା ପାଇଁ ସାରା ବିଶ୍ୱରେ ମଧ୍ୟ ସେ ଜଣାଶୁଣା।

  • ନିରଞ୍ଜନ ମହାପାତ୍ର
    ମୋ: ୯୦୧୫୮୧୨୩୪୪

Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri