ଶିକ୍ଷକ ଭାରତରେ ସର୍ବାଧିକ ଭରସା ଯୋଗ୍ୟ, ପୃଥିବୀରେ ଡାକ୍ତର ଶୀର୍ଷରେ…

ନୂଆଦିଲ୍ଲୀ,୩୦।୧୦ : ଇପ୍ସୋସ ଗ୍ଲୋବାଲ ଟ୍ରଷ୍ଟୱର୍ଥିନେସ ଇଣ୍ଡେକ୍ସ-୨୦୨୩ର ରିପୋର୍ଟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଶିକ୍ଷକମାନେ ଭାରତରେ ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ଥିବାବେଳେ ପୃଥିବୀରେ ଡାକ୍ତରମାନେ ବଶ୍ୱାସନୀୟତାର ଶୀର୍ଷରେ ଅଛନ୍ତି। ଭାରତରେ ଶିକ୍ଷକମାନଙ୍କ ପରେ ସଶସ୍ତ୍ର ବାହିନୀର କର୍ମଚାରୀ ଦ୍ୱିତୀୟ ସ୍ଥାନରେ ଏବଂ ଡାକ୍ତରମାନେ ତୃତୀୟ ସ୍ଥାନରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଭାରତର ଲୋକ ବିଚାରପତି ଏବଂ ବୈଜ୍ଞାନିକଙ୍କ ଉପରେ କମ ବିଶ୍ୱାସ କରନ୍ତି। ଭାରତ ସମେତ ୩୧ ଟି ଦେଶରେ ୨୨ ହଜାର ୮୧୬ଲୋକଙ୍କ ମତାମତ ଆଧାରରେ ଏହି ତଥ୍ୟ ପ୍ରସ୍ତୁତ କରାଯାଇଛି।

ଭାରତର ୫୩ ପ୍ରତିଶତ ଲୋକ ଶିକ୍ଷକମାନଙ୍କ ଉପରେ, ୫୨ ପ୍ରତିଶତ ସଶସ୍ତ୍ର ବାହିନୀ ଏବଂ ୫୧ ପ୍ରତିଶତ ଡାକ୍ତରଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଏମାନଙ୍କ ବ୍ୟତୀତ ୪୯ ପ୍ରତିଶତ ଲୋକ ବୈଜ୍ଞାନିକଙ୍କ ଉପରେ, ୪୬ ପ୍ରତିଶତ ବିଚାରପତିଙ୍କ ଉପରେ, ୪୬ ପ୍ରତିଶତ ସାଧାରଣ ପୁରୁଷ ଏବଂ ମହିଳାଙ୍କ ଉପରେ ଏବଂ ୪୫ ପ୍ରତିଶତ ବ୍ୟାଙ୍କରଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ବିଶ୍ୱସ୍ତରରେ ଲୋକମାନେ ଡାକ୍ତରମାନଙ୍କ ଉପରେ ୫୮ ପ୍ରତିଶତ, ବୈଜ୍ଞାନିକଙ୍କ ଉପରେ ୫୭ ପ୍ରତିଶତ, ଶିକ୍ଷକଙ୍କ ଉପରେ ୫୩ ପ୍ରତିଶତ ଏବଂ ସଶସ୍ତ୍ର ବାହିନୀର ସଦସ୍ୟମାନଙ୍କୁ ୫୩ ପ୍ରତିଶତ ବିଶ୍ୱସ୍ତ ମାନ୍ୟତା ଦେଇଛନ୍ତି।

ବିଶ୍ୱ ବଜାର ଅନୁସନ୍ଧାନକାରୀ ଇପ୍ସୋସ ଇଣ୍ଡିଆର ସିଇଓ ଅମିତ ଆଦରକର କହିଛନ୍ତି ଭାରତୀୟମାନେ ଶିକ୍ଷକ, ସଶସ୍ତ୍ର ବାହିନୀର ସଦସ୍ୟ ଏବଂ ଡାକ୍ତରଙ୍କୁ ଅଧିକ ବିଶ୍ୱାସ କରନ୍ତି। ଏହି ସମସ୍ତ ବୃତ୍ତି ଉତ୍ସର୍ଗୀକୃତ ଏବଂ ସେବା ସହ ଜଡିତ। ଏହି ବୃତ୍ତିଗୁଡ଼ିକ ଆମ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ଶିକ୍ଷକମାନେ ସମାଜର ମୂଳଦୁଆ ଗଠନ କରନ୍ତି, ସଶସ୍ତ୍ର ବାହିନୀ ଆମ ସୀମାକୁ ସର୍ବଦା ତଥା ସବୁ ସମୟରେ ସୁରକ୍ଷିତ ରଖିବାରେ ଅଦମ୍ୟ ସାହସ ପ୍ରଦର୍ଶନ କରନ୍ତି ଏବଂ ସମାଜକୁ ସୁସ୍ଥ ରଖିବା ପାଇଁ ଡାକ୍ତରମାନେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରନ୍ତି ।

ସେ କହିଛନ୍ତି କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ଦେଶରେ ଲକଡାଉନ ହୋଇଥିଲା। ଏହି ତିନୋଟି ପେଶାର ବ୍ୟକ୍ତିବିଶେଷ ଦେଶ ସେବା ଜାରି ରଖିଥିଲେ। ଶିକ୍ଷକମାନେ ନିରବଚ୍ଛିନ୍ନ ଭାବରେ ଅନଲାଇନ କ୍ଲାସ୍କକୁ ସ୍ଥାନାନ୍ତରିତ ହୋଇଥିଲେ। ସଶସ୍ତ୍ର ବାହିନୀ ସେମାନଙ୍କ ସଜାଗତାକୁ କେବେ ହେଲେ ଛାଡି ନ ଥିଲେ ଏବଂ ଡାକ୍ତରମାନେ ବ୍ୟକ୍ତିଗତ ସୁରକ୍ଷା ଖର୍ଚ୍ଚରେ ମଧ୍ୟ ସେବା ଜାରି ରଖିଥିଲେ।

ଜାପାନ ଏବଂ ଦକ୍ଷିଣ କୋରିଆ ବ୍ୟତୀତ ସମଗ୍ର ବିଶ୍ୱରେ ଶିକ୍ଷକମାନଙ୍କ ଉପରେ ଲୋକଙ୍କ ବିଶ୍ୱାସ ଅଧିକ ରହିଥିବାର ଦେଖାଯାଇଛି। ଏମାନଙ୍କ ବ୍ୟତୀତ ଭାରତୀୟମାନେ କ୍ୟାବିନେଟ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ଉପରେ ୩୯ ପ୍ରତିଶତ ବିଶ୍ୱାସ, ରାଜନେତାଙ୍କ ଉପରେ ୩୮ ପ୍ରତିଶତ, ଧର୍ମଗୁରୁ ଏବଂ ପୁରୋହିତଙ୍କ ଉପରେ ୩୪ ପ୍ରତିଶତ, ପୋଲିସଙ୍କ ଉପରେ ୩୩ ପ୍ରତିଶତ, ସରକାରୀ ନିଯୁକ୍ତିଦାତା ଏବଂ ସରକାରୀ କର୍ମଚାରୀଙ୍କ ଉପରେ ୩୨ ପ୍ରତିଶତ, ଆଇନଜୀବୀଙ୍କ ଉପରେ ୩୨ ପ୍ରତିଶତ ଏବଂ ଖବରଦାତାଙ୍କ ଉପରେ ୩୦ ପ୍ରତିଶତ ପ୍ରକଟ କରିଛନ୍ତି।

ଏହି ପ୍ରସଙ୍ଗରେ, ବିଶ୍ୱ ସ୍ତରରେ ୬୦ ପ୍ରତିଶତ ଲୋକ ରାଜନେତାମାନଙ୍କୁ ସବୁଠାରୁ ଅବିଶ୍ୱାସନୀୟ ବୋଲି ବିବେଚନା କରିଛନ୍ତି।

ଭାରତୀୟ ରାଜନୀତି ଏବଂ ସରକାରୀ ବିଭାଗର କାର୍ଯ୍ୟରେ ବହୁ ସ୍ବଚ୍ଛତା ଥିବା ସତ୍ତ୍ୱେ ନାଗରିକମାନେ ସେମାନଙ୍କ ଉପରେ ଅବିଶ୍ୱାସ ପ୍ରକଟ କରିଛନ୍ତି। ସମୟ ସମୟରେ ଦୁର୍ନୀତିର କିଛି ମାମଲା ସାମ୍ନାକୁ ଆସୁଥିବାରୁ ସେମାନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଛିଣ୍ଡିଲା ଏନ୍‌ଡିଏର ଆସନ ବୁଝାମଣା: ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା

ରାଞ୍ଚି,୧୯ା୧୦: ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଝାଡ଼ଖଣ୍ଡରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିଲା। ତଦନୁସାରେ...

କିଏ ସେହି ନଭ୍ୟା? ଯିଏକି ପ୍ରିୟଙ୍କାଙ୍କୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯ା୧୦: କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ...

ଟିକେଟ କରାଇଦେବା ନାଁରେ ୨ କୋଟି ଠକେଇ: କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଅଟକ

ବେଙ୍ଗାଲୁରୁ,୧୯ା୧୦: ୨ କୋଟି ଟଙ୍କା ଠକେଇ ମାମଲାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଯୋଷୀ ଏବଂ ପୁତୁରା ଅଜୟ ଯୋଷୀଙ୍କୁ ବେଙ୍ଗାଲୁରୁ ପୋଲିସ ଶନିବାର...

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri