ଶିକ୍ଷକଙ୍କୁ ଟ୍ୟୁଶନ କରିବା ପଡ଼ିଲା ମହଙ୍ଗା

ପଦ୍ମପୁର,୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ କୋଭିଡ ନିୟମ ଉଲ୍ଲଂଘନ କରି ଟ୍ୟୁଶନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ରବିବାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ଶିକ୍ଷକ ପୂର୍ଣଚନ୍ଦ୍ର ସାହୁଙ୍କ ନାମରେ ମାମଲା ନଂ. ୧୮୮/୨୦ରୁଜୁ କରିଛି।

Share