Categories: ଜାତୀୟ

ଭାରତର ଭବିଷ୍ୟତ ଗଠନରେ ଶିକ୍ଷକମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା: ମୋଦି

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତି ଏବଂ ବିବିଧତାକୁ ନିଜ ବିଦ୍ୟାଳୟରେ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଦେଶର ଯୁବ ମାନସିକତା ବିକାଶରେ ଶିକ୍ଷକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।
ଗୁରୁ ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ସେପ୍ଟେମ୍ବର ୪ରେ ଲୋକ କଲ୍ୟାଣ ମାର୍ଗରେ ଚଳିତ ବର୍ଷ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ୭୫ ଜଣ ଶିକ୍ଷକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପାରସ୍ପରିକ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଭଲ ଶିକ୍ଷକଙ୍କ ଗୁରୁତ୍ୱ ଏବଂ ଦେଶର ଭାଗ୍ୟ ଗଠନରେ ସେମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ପିଲାମାନଙ୍କୁ ତୃଣମୂଳ ସ୍ତରର ସଫଳତା ବିଷୟରେ ଶିକ୍ଷା ଦେବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ଐତିହ୍ୟ ଏବଂ ଇତିହାସରେ ଗର୍ବ କରିବା ବିଷୟରେ କହିଥିଲେ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କ ଅଞ୍ଚଳର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ପ୍ରେରଣା ଦେବାକୁ କହିଥିଲେ।

Share