ଶିକ୍ଷକଙ୍କ ଆନ୍ଦୋଳନ, ପାଠପଢା ଠପ୍‌

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ ପଡି ନାହିଁ ।

ଗୁରୁବାର ଜିଲାର ୧୨ଟି ବ୍ଲକ ମଧ୍ୟରୁ ୧୦ଟି ବ୍ଲକର ଶିକ୍ଷକ, ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଶୁକ୍ରବାର ଜିଲାର ଅନ୍ୟ ୨ଟି ବ୍ଲକ ବରଗଡ଼ ଏବଂ ସୋହେଲା ବ୍ଲକର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହିକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରତିଦିନ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହେଉଛନ୍ତି। ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ରଖି ଧାରଣାରେ ବସୁଛନ୍ତି। ଏହା ସହିତ ଦାବି ପୂରଣ ନେଇ ନାରାବାଜି କରୁଛନ୍ତି। ସ୍କୁଲ ଛାଡି ଶିକ୍ଷକ, ଶିକ୍ଷୟିତ୍ରୀ ଏଭଳି ଆନ୍ଦୋଳନକୁ ଓହ୍ଲାଇ ଥିବା ଯୋଗୁ ବରଗଡ଼ ଜିଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲରେ ପାଠପଢା ଠପ୍‌ ହୋଇଯାଇଛି । ବହି ବସ୍ତା ଧରି ପିଲାମାନେ ସ୍କୁଲକୁ ପଢିବାକୁ ଆସୁଥିଲେ ହେଁ ଶେଷରେ ନିରାଶ ହୋଇ ଘରକୁ ଫେରୁଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image