ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର,୨୩।୯(ଅସମାପିକା ସାହୁ) ସରକାରଙ୍କ ସହ ଆଲୋଚନା ପରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ କରାଯାଇଛି। ୯ଟି ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଶିକ୍ଷକ ସଂଘ। ଶିକ୍ଷକଙ୍କ ଦାବିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଛି। ଡିସେମ୍ବର ସୁଦ୍ଧା ସମସ୍ତ ଦାବି ପୂରଣ ହେବା ନେଇ ପ୍ରତିଶ୍ରୁତି ଦିଆଯାଇଛି। ୩ ଦଫା ଦାବି ନେଇ ଯଥା ଠିକା ନିଯୁକ୍ତିକୁ ନିୟମିତ , ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ନେଇ ଅନେକ ଦିନ ଧରି ଆନ୍ଦୋଳନ ଜାରି ରହିଥିଲା।

Share