
ଦାରିଙ୍ଗବାଡ଼ି, ୧୨।୪ (ଅରୁଣ ସାହୁ): ସାଧାରଣ ଚଳଣି ଓ ସ୍ବାସ୍ଥ୍ୟ ଗଠନ ରହିଥିବା ଛାତ୍ରୀଛାତ୍ରଙ୍କ ଭଳି ସହ ସମାନ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରାଯିବା। ଦିବ୍ୟାଙ୍ଗଙ୍କୁ ସେହି ସମାନ ଯୋଗଶିକ୍ଷା, ଖେଳକୁଦ, ପାଠ୍ୟରେ ସାହିତ୍ୟ, ବିଜ୍ଞାନ, ପରିବେଶ ବିଜ୍ଞାନ, ଗଣିତ ଆଜି ବିଷୟରେ ସୁହାଇଲା ଭଳି ଶିକ୍ଷାଦାନ କରିବା ଓ ଏଥିରେ ସାଧାରଣ ଛାତ୍ରୀଛାତ୍ରଙ୍କ ଭଳି ଦିବ୍ୟାଙ୍ଗଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଇବା ନେଇ ଶିକ୍ଷୟତ୍ରୀଶିକ୍ଷକ ମାନଙ୍କୁ ତାଲିମ ଦିଆଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୫ ରୁ ଆରମ୍ଭ ହୋଇଥିବା ଏହି ତାଲିମ ଶିବିର ଶନିବାର ଉଦଯାପନୀ ହୋଇଛି। ପୂର୍ବରୁ ଏହି ତାଲିମ ଶିବିର ଦାରିଙ୍ଗବାଡିର ରାପଡାବାଡି ଠାରେ ମଧ୍ୟ ଶେଷ ହୋଇସାରିଛି। ବ୍ଲକ ଅଞ୍ଚଳର ସମସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି। ତେବେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ରିସର୍ସ ପର୍ସନ ଭାବେ ରାକେଶ କୁମାର ସାହୁ, ରଂଜିତ କୁମାର ମିଶ୍ର, ନିରଞ୍ଜନ ସାହୁ,ଦେବବ୍ରତ ସାହୁ ଏବଂ ଗୋଷ୍ଠି ସମ୍ବଳ ଶିକ୍ଷୟତ୍ରୀ ରଶ୍ମିତା ସେନାପତି ପ୍ରମୁଖ ତାଲିମ ପ୍ରଦାନ କରିଛନ୍ତି।