ଦାବି ନ ମାନିଲେ ମାଟ୍ରିକ୍‌ ଖାତା ମୂଲ୍ୟାୟନ କରିବୁ ନାହିଁ

ଭଦ୍ରକ,୧୧ା୩(ସନାତନ ରାଉତ): ୨୦୦୪ରୁ ୨୦୧୩ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ୬ଟି ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ସହ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବି ଆସନ୍ତା ୧୩ ତାରିଖ ସୁଦ୍ଧା ପୂରଣ କରା ନ ଗଲେ ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବେ। ଏଥିସହ ସମସ୍ତ କ୍ଷେତ୍ରରେ ଅସହଯୋଗ କରାଯିବ ବୋଲି ଓଡ଼ିଶା ସରକାରୀ ହାଇସ୍କୁଲ(ମାଧ୍ୟମିକ) ନୂତନ ପେନ୍‌ସନ ଯୋଜନାଭୁକ୍ତ (ଏନ୍‌ପିଏସ୍‌) ଶିକ୍ଷକ ସଂଘ ଚେତାବନୀ ଦେଇଛି।

ଏନେଇ ୨ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ସୋମବାର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ଗଡ଼ନାୟକ ଓ ଜିଲା ଶିକ୍ଷାଧିକାରୀ ଅକ୍ରୂର ବାରିକ୍‌ଙ୍କୁ ପ୍ରଦାନ କରାଯାଇଛି। ସଂଘର ସଭାପତି ଜିତେନ୍ଦ୍ର କୁମାର ନାୟକ, ପ୍ରିୟଦର୍ଶୀ କୁଅଁର, ନିତ୍ୟାନନ୍ଦ ମଲ୍ଲିକ, ଗଦାଧର ନାୟକ, ବିଶ୍ୱରଞ୍ଜନ ଦାଶ, ଅମୂଲ୍ୟ ପ୍ରଧାନ, ଜଗବନ୍ଧୁ ବେହେରା, ରାଧାଶ୍ୟାମ ଦାଶ, ସେକ୍‌ ଏହେସାନ, ରାଧାମାଧବ ବାରିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

Share