ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଆଣିବେ ଶିକ୍ଷକ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ସ୍କୁଲ୍‌କୁ ୭୦ ପ୍ରତିଶତ ଛାତ୍ରୀଛାତ୍ର ଆସୁଛନ୍ତି। ବାକି ୩୦ ପ୍ରତିଶତ ଛାତ୍ରୀଛାତ୍ର କୁଆଡେ ଗଲେ, ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଗଣଶିକ୍ଷା ବିଭାଗର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ସଚିବ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଜୁନିୟର ଶିକ୍ଷକ ଘରଘର ବୁଲି ପିଲାମାନେ କାହିଁକି ଆସୁନାହାନ୍ତି ତାହାର କାରଣ ଖୋଜିବେ। ଏହାସହ ମାଇକ୍ରୋ ଲେଭୁଲ ସର୍ଭେ କରିବେ। ଅଭିଭାବକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବେ।

Share