ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ

କୁଜଙ୍ଗ,୧୪।୭ (ମନୋଜ ପ୍ରଧାନ): ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୦୧ରେ କୁଜଙ୍ଗରେ ବନବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ୧୨୨ବର୍ଷର ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି।  ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୦୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସରକାରଙ୍କ ନିୟମାନୁସାରେ ପ୍ରତି ୩୧ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଆବଶ୍ୟକ। ଏହି ନିୟମ ଅନୁସାରେ ବିଦ୍ୟାଳୟରେ ଅତି କମ୍‌ରେ ୨୭ଜଣ ଶିକ୍ଷକଙ୍କ ଆବଶ୍ୟକ ହେଉଥିବାବେଳେ ଏଠାରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ୧୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷକ ଅଭାବରୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
ଅତୀତରେ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ଖୋ ଖୋ ସମେତ ବିଭିନ୍ନ ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ବିଦ୍ୟାଳୟ ପାଇଁ ସୁନାମ ଆଣିଥିଲେ। ଏବେ ଦୀର୍ଘ ୪ ବର୍ଷହେବ ଏଠାରେ କ୍ରୀଡ଼ା ଶିକ୍ଷକ ନାହାନ୍ତି। ଅନ୍ୟପଟେ କଳା ଓ କାରିଗରୀ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ବିଦ୍ୟାଳୟ ସୂତ୍ରରୁ ଜଣାପଡିଛି ଯେ, ଉକ୍ତ ପଦବୀ ଦ୍ୱୟ ଉଚ୍ଛେଦ ହୋଇଯାଇଛି। ବର୍ତ୍ତମାନ ବିଦ୍ୟାଳୟ ପାଇଁ ପ୍ରଶିକ୍ଷଣପ୍ରାପ୍ତ ୫ କଳା ଶିକ୍ଷକ ପଦବୀ ରହିଥିବାବେଳେ ସେଥିରୁ ମାତ୍ର ଜଣେ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଅପରପକ୍ଷେ ଜଣେ କଳା ଶିକ୍ଷକଙ୍କୁ ସପ୍ତାହକୁ ୩ ଦିନ ପାଇଁ ଅନ୍ୟ ଏକ ବିଦ୍ୟାଳୟରୁ ଡେପୁଟେଶନରେ ଅଣାଯାଇଛି। ସେହିପରି ବିଜ୍ଞାନ ଓ ଗଣିତ ବିଭାଗରେ ୭ଟି ପଦବୀରୁ ମାତ୍ର ୨ ଜଣ ଶିକ୍ଷାଦାନ କରୁଛନ୍ତି। ଏହାଛଡ଼ା ଇଂଲିଶ୍‌ ଶିକ୍ଷକ ନ ଥିବାବେଳେ ଜଣେ ସଂସ୍କୃତ ଶିକ୍ଷକରେ ଶିକ୍ଷାଦାନ ଚାଲିଛି ।କମ୍ପ୍ୟୁଟର ଶିକ୍ଷାଦାନପାଇଁ ଶିକ୍ଷକ ନ ଥିବା ବେଳେ ୫-ଟି ବିଦ୍ୟାଳୟର ଡିଜିଟାଲ କ୍ଲାସ ପ୍ରହସନରେ ପରିଣତ ହୋଇଛି। ଉକ୍ତ ବିଦ୍ୟାଳୟଟି ୧୧ ଏକର ପରିମିତ ଜାଗାରେ ପ୍ରତିଷ୍ଠିତ ହୋଇିଛି। ଏଠାରେ ଥିବା ବିସ୍ତୀର୍ଣ୍ଣ ଖେଳପଡ଼ିଆରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବାକୁ ବାରମ୍ବାର ଦାବି ହୋଇଛି। ମାତ୍ର ଏପର୍ଯ୍ୟନ୍ତ ଏହା ପୂରଣ ହୋଇପାରିନାହିଁ। ଗତ ୨୯ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ବିଦ୍ୟାଳୟ ବୁଲି ଦେଖିବା ସହ ଏହାର ପଡିଆରେ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ। ଏହି ଅବସରରେ ମୋ ସ୍କୁଲ ଅଭିଯାନ କମିଟି, ବିଦ୍ୟାଳୟ ପରିଚାଳନା ସମିିତି ତରଫରୁ ବିଭିନ୍ନ ସମସ୍ୟା ଉପରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୫-ସଚିବଙ୍କ ଘୋଷଣାନୁଯାୟୀ ୭ ଦିନ ମଧ୍ୟରେ ବିଦ୍ୟାଳୟର ଉନ୍ନତି ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଶା କରାଯାଉଥିଲା। ଇତିମଧ୍ୟରେ ୧୫ ଦିନ ବିତିଥିଲେ ବି କୌଣସି ପଦକ୍ଷେପ ନିଆ ନ ଯିବାରୁ ପରିଚାଳନା ସମିତି ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଏ ସମ୍ପର୍କରେ ମୋ ସ୍କୁଲ ଅଭିଯାନ କମିିଟି ତଥା ଆଲୁମିନିମ୍‌ କମିଟି ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଅକ୍ଷୟ କୁମାର ପଲେଇ, ପରିଚାଳନା କମିଟି ସଭାପତି ନକ୍ଷତ୍ର ପରିଜା, ପୁରାତନ ଛାତ୍ର ସଂସଦର ସଭ୍ୟ ରବୀନ୍ଦ୍ର ନାୟକ, ନବ କୁମାର ସାହୁ, ନବୀନ ଦାସ ପ୍ରମୁଖ ଅସନ୍ତୋଷବ୍ୟକ୍ତ କରିଛନ୍ତି। ୭ଦିନ ମଧ୍ୟରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ସହ ଉଚ୍ଛେଦ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ପରିଚାଳନା ସମିତି ସଭାପତି ପରିଜା ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ: କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ  

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଚାଲିଛି। ବିଶେଷ କରି...

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ...

ଯୁବକଙ୍କୁ ପଥରରେ ଛେଚି ହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ...

ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ

ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ...

Modi Jeddah Visit: ସାଉଦି ଆରବ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର ଏଜେଣ୍ଡା

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବ ଗସ୍ତରେ ଯାଇଛନ୍ତି। ସେ ଦୁଇ ଦିନ ପାଇଁ Jeddahରେ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଯୁବରାଜ ମହମ୍ମଦ...

Mahesh Babu Summon: ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁଙ୍କୁ EDର ସମନ

ଚେନ୍ନାଇ,୨୨।୪: ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ ରେ ହାଜର ହେବାକୁ...

ମିଳିତ ମହାମଞ୍ଚ ପକ୍ଷରୁ ବ୍ରାହ୍ମଣୀଗାଁରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ, ପ୍ରଥମ ଦିନରେ ବାଜିମାରିଲା ଏମ୍‌.ଖାତିଗୁଡ଼ା ଦଳ

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ମିଳିତ ମହାମଞ୍ଚ ପକ୍ଷରୁ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ ହୋଇଯାଇଛି। ସୋମବାର ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ...

IPL 2025 ମଧ୍ୟରେ CSKର ଏହି ଖେଳାଳିଙ୍କ ପିତାଙ୍କ ମୃତ୍ୟୁ, ଭାଙ୍ଗିପଡିଲେ…

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025ର ୩୮ତମ ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଯେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image