Posted inଖେଳ

ଟି-୨୦ ବିଶ୍ୱକପ୍‌ରେ ବଡ଼ ରେକର୍ଡ ହାସଲ କଲା ଟିମ୍‌ ଇଣ୍ଡିଆ

ବାର୍ବାଡୋଶ୍‌,୨୧।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଟିମ ଇଣ୍ଡିଆ ଗୁରୁବାର ଆଫଗାନିସ୍ତାନକୁ ୪୭ ରନ୍‌ରେ ପରାସ୍ତ କରିଛି। ଏହି ସଂସ୍କରଣରେ ଏହା ଟିମ ଇଣ୍ଡିଆର ଚତୁର୍ଥ ବିଜୟ ଥିଲା। ଭାରତର ୧୮୧ ରନ ଜବାବରେ ଆଫଗାନିସ୍ତାନର ଇନିଂସ ୧୩୪ ରନରେ ସୀମିତ ରହିଥିଲା। ରସିଦ ଖାନଙ୍କ ଦଳ ବିପକ୍ଷରେ ଏହି ବିଜୟ ସହିତ ଭାରତୀୟ ଦଳ ମଧ୍ୟ ଏକ ବିଶେଷ ସଫଳତା ହାସଲ କରିଛି। କେବଳ ଏତିକି ନୁହେଁ, ରୋହିତ ଶର୍ମାଙ୍କ ଦଳ ମଧ୍ୟ ୨୦୨୨ରେ ହୋଇଥିବା ଏକ ରେକର୍ଡ ଭାଙ୍ଗିବାର ଦ୍ୱାରସ୍ଥ ହୋଇଛି।
ଆଫଗାନିସ୍ତାନର ସମସ୍ତ ଉଇକେଟ କ୍ୟାଚ୍‌ ଆଉଟ୍‌ ମାଧ୍ୟମରେ ଥିଲା। ଟି-୨୦ ବିଶ୍ୱକପ୍‌ରେ ଏହା ଦ୍ୱିତୀୟ ଥର ପାଇଁ ଗୋଟିଏ ଦଳର ୧୦ ଉଇକେଟ କ୍ୟାଚ ଆଉଟ ଆକାରରେ ଯାଇଛି। ପ୍ରଥମ ଥର ପାଇଁ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଏହା ଘଟିଥିଲା। ୨୦୨୨ ଟି -୨୦ ବିଶ୍ୱକପରେ ଇଂଲଣ୍ଡ ପର୍ଥରେ ଆଫଗାନିସ୍ତାନର ସମସ୍ତ ୧୦ ଖେଳାଳିଙ୍କୁ କ୍ୟାଚ୍‌ ଆଉଟ୍‌ କରି ପାଭିଲିୟନକୁ ପଠାଇଥିଲା। ବର୍ତ୍ତମାନ ଇଂଲଣ୍ଡ ପରେ ଭାରତ ହେଉଛି ଦ୍ୱିତୀୟ ଦଳ।
ଏଥି ସହିତ ଟିମ ଇଣ୍ଡିଆ କ୍ରମାଗତ ଅଷ୍ଟମ ଟି-୨୦ରେ ଜିତିଛି। ଭାରତର ଏହି ବିଜୟ ଧାରା ଡିସେମ୍ବର ୨୦୨୩ ଠାରୁ ଚାଲିଆସୁଛି। ଅନ୍ତର୍ଜାତୀୟ ଟି-୨୦ରେ ଭାରତୀୟ ଦଳ ନଭେମ୍ବର ୨୦୨୧ରୁ ଫେବୃଆରୀ ୨୦୨୨ ମଧ୍ୟରେ କ୍ରମାଗତ ସର୍ବାଧିକ ମ୍ୟାଚ ଜିତିଛି। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ କ୍ରମାଗତ ୧୨ ଟି-୨୦ ମ୍ୟାଚ ଜିତିଥିଲା। ଏଥି ସହିତ, ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ଭାରତୀୟ ଦଳ କ୍ରମାଗତ ନଅ ଟି-୨୦ ମ୍ୟାଚ ଜିତିଥିଲ। ଯଦି ରୋହିତ ଶର୍ମା ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତନ୍ତି ତେବେ ସେ ନଅ ମ୍ୟାଚ ବିଜୟ ଧାରାକୁ ପଛରେ ପକାଇଦେବେ। ଏଥି ସହିତ ଯଦି ଭାରତୀୟ ଦଳ ଫାଇନାଲରେ ଜିତିବାରେ ସଫଳ ହୁଏ, ତେବେ ଏହା କ୍ରମାଗତ ୧୨ଟି ମ୍ୟାଚ ଜିତିବାର ରେକର୍ଡ ସହିତ ସମକକ୍ଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍‌ ହେଲେ ପଣ୍ଟିଂ

ନୂଆଦିଲ୍ଲୀ,୧୮ା୯: ଆଇପିଏଲ୍‌ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସର ନୂତନ ମୁଖ୍ୟ କୋଚ୍‌ ଭାବରେ ବୁଧବାର ରିକି ପଣ୍ଟିଂଙ୍କ ନାମ ଘୋଷଣା କରାଯାଇଛି। ଟ୍ରେଭର ବେଲିସ୍‌ଙ୍କ ସ୍ଥାନରେ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri