ବିଶ୍ୱକପ ଟ୍ରଫି ସହ ଭାରତ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୭: ଭାରତରେ ପହଞ୍ଚିଲା ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ଟି ୨୦ ବିଶ୍ୱକପ ଟ୍ରଫି ସହ ଟିମ୍‌ ଇଣ୍ଡିଆ ବାର୍ବାଡୋସରୁ ଭାରତ ଫେରିଛି। ଏନେଇ ବିସିସିଆଇ ଏକ୍ସ ପୋଷ୍ଟ କରିଛି। ଟିମ୍‌ର ସମସ୍ତ ଖେଳାଳୀ ଟ୍ରଫି ସହ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ବିସିସିଆଇ ‘ଇଟସ୍‌ ହୋମ୍‌ ’ ବୋଲି କହିଛି। ଭାରତୀୟ ଟିମ୍‌ ବିମାନରେ ୧୬ଘଣ୍ଟାର ଯାତ୍ରା କରି ସ୍ବଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ତାଙ୍କୁ ଭାରତ ଅଣାଯାଇଛି।

 

ତେବେ ଦିଲ୍ଲୀ ବିମାନ ବନ୍ଦରରେ ଟିମ୍‌କୁ ଭବ୍ୟ ସ୍ବାଗତ କରାଯାଇଛି। ଟିମ ଇଣ୍ଡିଆ ଗୁରୁବାର ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଭାରତୀୟ କ୍ରିକେଟ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ଏଠାରେ ଟିମ ଇଣ୍ଡିଆ ଖେଳାଳିମାନେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଏକ ଖୋଲା ବସ୍‌ରେ ବିଜୟ ପରେଡରେ ଅଂଶଗ୍ରହଣ କରିବେ। ଏହି ପ୍ୟାରେଡ ନରିମାନ ପଏଣ୍ଟରୁ ୱାନକେଡେ ଷ୍ଟାଡିୟମ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପରେ ଭାରତୀୟ ଖେଳାଳିଙ୍କୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

Share