Categories: ଖେଳ

ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍‌ଇଣ୍ଡିଆ: ସେଲ୍‌ଫି ନେଲେ ଖେଳାଳି

କଲମ୍ବୋ,୨୩।୭: ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି। ମୁଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଭାରତୀୟ ଦଳ ସହ ପହଞ୍ଚିଛନ୍ତି। ମୁଖ୍ୟ କୋଚ ଭାବରେ ଏହା ଗମ୍ଭୀରଙ୍କ ପ୍ରଥମ ଗସ୍ତ। ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ୩ ମ୍ୟାଚ ଟି-୨୦ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ପ୍ରଥମେ ଟି-୨୦ ସିରିଜ ଖେଳାଯିବ ଏବଂ ତା’ପରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜରେ ଅଧିନାୟକ ରୂପେ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ମିଳିଥିବାବେଳେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦିନିକିଆରେ ଦେଖିବାକୁ ମିଳିବ।

ଜୁଲାଇ ୨୭ରୁ ଟି-୨୦ ସିରିଜ ଖେଳାଯିବ। ସିରିଜର ଶେଷ ମ୍ୟାଚ ଜୁଲାଇ ୩୦ରେ ଖେଳାଯିବ। ଟି-୨୦ ସିରିଜର ସମସ୍ତ ମ୍ୟାଚ ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିସିସିଆଇ ଏକ ଭିଡିଓ ଶେୟାର କରି ଟିମ ଇଣ୍ଡିଆର ଶ୍ରୀଲଙ୍କାରେ ପହଞ୍ଚିବା ବିଷୟରେ ସୂଚନା ଦେଇଛି। ଭିଡିଓରେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅନ୍ୟ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ବିମାନବନ୍ଦରରେ ଭାରତୀୟ ଖେଳାଳିଙ୍କ ସହ ସେଲଫି ନେଉଥିବାର ନଜର ଆସିଥିଲେ।

Share