Categories: ଖେଳ

ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ମୋହଲି,୨୩।୯: ମହମ୍ମଦ ଶାମିଙ୍କ ସାଂଘାତିକ ବୋଲିଂ ପରେ ଶୁଭମାନ ଗିଲ, ଋତୁରାଜ ଗାୟକୱାଡ, କେ.ଏଲ ରାହୁଲ ଏବଂ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଯୋଗୁ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଆଗରେ ରହିଛି। ଭାରତ ପାଇଁ ପ୍ରଥମ ବୋଲିଂରେ ମହମ୍ମଦ ଶାମି ପାଞ୍ଚଟି ଉଇକେଟ୍‌ରେ ନେଇଥିଲେ।

ଶନିବାର ମୋହାଲିର ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ୫୦ ଓଭରରେ ୨୭୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୨୮୧ ରନ୍‌ କରି ବିଜୟ ହାସଲ କରିଛି। ୨୭ ବର୍ଷ ପରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ଜିତିଛି।

Share