Categories: ଖେଳ

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ ଟିମ ଇଣ୍ଡିଆର ଏହା ସର୍ବନିମ୍ନ ସ୍କୋର। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଘରେ ଖେଳୁଥିବା ବେଳେ ୫୦ ରନ ମଧ୍ୟରେ ଆଉଟ ହୋଇଛି।

ନ୍ୟୁଜିଲ୍ୟଣ୍ଡ ପାଇଁ ମ୍ୟାଟ ହେନେରୀ ସବୁଠାରୁ ସଫଳ ବୋଲର ଥିଲେ। ମ୍ୟାଟ୍‌ ହେନେରୀ ମାତ୍ର ୧୫ ରନ ଦେଇ ୫ ଉଇକେଟ ନେଇଥିଲେ। ସେ ସରଫରାଜ ଖାନ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କୁ ଆଉଟ୍‌ କରିଥିଲେ।

୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ମୁମ୍ବାଇରେ ମାତ୍ର ୬୨ ରନ ଅଲଆଉଟ ହୋଇଥିଲା। ଏବେ ପୁଣି ଥରେ କିଭି ବୋଲରମାନେ ଭାରତ ବିପକ୍ଷରେ ଏକ ଅଦ୍ଭୁତ ପ୍ରଦର୍ଶନ କରିଛନ୍ତି ।

ପ୍ରାୟ ୩୭ ବର୍ଷ ପୂର୍ବେ, ୧୯୮୭ରେ, ଭାରତୀୟ ଦଳ ଦିଲ୍ଲୀ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୭୫ ରନରେ ଅଲଆଉଟ ହୋଇଥିଲେ। ତା’ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଘରେ ଟେଷ୍ଟରେ ୧୦୦ ରନ ମଧ୍ୟରେ ଅଲଆଉଟ ହୋଇଥିଲା।

୨୦୦୮ରେ ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ଚକିତ କରିଥିଲା। ଅହମ୍ମଦାବାଦରେ ୭୬ ରନରେ ଦକ୍ଷିଣ ଆଫ୍ରିକା ଭାରତୀୟ ଦଳକୁ ଅଲଆଉଟ କରିଥିଲା।

Share