Categories: ଖେଳ

କ୍ୱାରେଣ୍ଟିନ ଶେଷ କଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ,୧।୨: ଆସନ୍ତା ୫ ତାରିଖରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳି ଓ ଷ୍ଟାଫ ସୋମବାର କ୍ୱାରେଣ୍ଟିନ ଶେଷ କରିଛନ୍ତି। କ୍ୱାରେଣ୍ଟିନ ସମୟରେ ପ୍ରତ୍ୟେକ ଖେଳାଳିଙ୍କ ୩ ଥର କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଛି। ଖେଳାଳିମାନେ ଶୀଘ୍ର ଆଉଟ୍‌ଡୋର ଟ୍ରେନିଂ ସେସନ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ଦଳର ଖେଳାଳିମାନେ ବୁଧବାର ଚେନ୍ନାଇଠାରେ ପହଞ୍ଚିଥିଲେ।

ଇଂଲଣ୍ଡ ଦଳର ଖେଳାଳିମାନଙ୍କ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ସିରିଜ୍‌ର ପ୍ରଥମ ଦୁଇ ଟେଷ୍ଟ ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ବଳକା ଦୁଇ ଟେଷ୍ଟ ଅହମ୍ମଦାବାଦର ମୋଟେରା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ, ଯେଉଁଠାରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Share