Posted inଖେଳ

ଏଯାଏ ଦିନିକିଆ କି ଟି-୨୦ରେ ଛକାଟିଏ ମାରି ନାହାନ୍ତି ଏହି ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳରେ ଅନେକ ମହାନ ଖେଳାଳି ଅଛନ୍ତି ଯେଉଁମାନେ ଚୌକା-ଛକା ମାରିବାରେ ସିଦ୍ଧହସ୍ତ। ହେଲେ ଏହି ଦଳରେ ୩ ଜଣ ଏଭଳି ଖେଳାଳି ଅଛନ୍ତି, ଯେଉଁମାନେ ଆଜିଯାଏ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଗୋଟିଏ ବି ଛକା ମାରି ନାହାନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି ସତ। ଆସନ୍ତୁ ଜାଣିବା:

୧. କୁଲଦୀପ ଯାଦବ:
ଟିମ ଇଣ୍ଡିଆର ବୋଲର୍‌ କୁଲଦୀପ ଯାଦବ ଭାରତ ପାଇଁ ଟେଷ୍ଟ, ଦିନିକିଆ ଏବଂ ଟି -୨୦ କ୍ରିକେଟ ଖେଳିଛନ୍ତି। ଟେଷ୍ଟ କ୍ରିକେଟରୁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା କୁଲଦୀପ ଏପର୍ଯ୍ୟନ୍ତ ଗୋଟିଏ ବି ଛକା ମାରି ନାହାନ୍ତି। ସେ ଟେଷ୍ଟରେ ୧୮୫ ବଲର ଖେଳିଥିବା ବେଳେ ଦିନିକିଆରେ ୧୮୮ ଏବଂ ଟି -୨୦ କ୍ରିକେଟ ରେ ୪୮ ବଲ ଖେଳିସାରିଛନ୍ତି। ହେଲେ ଏହି ଖେଳାଳି ଏପର୍ଯ୍ୟନ୍ତ ଛକା ମାରି ନାହାନ୍ତି। ସେ ତିନୋଟି ଫର୍ମାଟରେ ୯୭ ଟି ମ୍ୟାଚ ଖେଳିଛନ୍ତି।

୨. ୟୁଜବେନ୍ଦ୍ର ଚହଲ:
ୟୁଜବେନ୍ଦ୍ର ଚହଲ ୨୦୧୬ରେ ଭାରତ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ। ସେବେଠାରୁ ଚହଲ ଗୋଟିଏ ବି ଛକା ମାରିବାକୁ ସକ୍ଷମ ହୋଇନାହାଁନ୍ତି। ସେ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ୧୧ ବଲ ଖେଳିଛନ୍ତି ଏବଂ ଦିନିକିଆରେ ୯୦ ଟି ବଲ୍‌ର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ସେଥିରେ ଛକା ନାହିଁ। ସେ ଦିନିକିଆ ଏବଂ ଟି୨୦ରେ ମୋଟ ୧୧୫ ମ୍ୟାଚ୍‌ ଖେଳିଛନ୍ତି, ଏପର୍ଯ୍ୟନ୍ତ ଟେଷ୍ଟରେ ସୁଯୋଗ ପାଇନାହାନ୍ତି।

୩. ଇଶାନ୍ତ ଶର୍ମା:
ଟି୨୦ ଏବଂ ଦିନିକିଆ କ୍ରିକେଟରେ ଇଶାନ୍ତ ଶର୍ମା ମଧ୍ୟ ଭାରତ ପାଇଁ ଗୋଟିଏ ଛକା ମାରି ନାହାନ୍ତି। ଇଶାନ୍ତ ବର୍ତ୍ତମାନ ଭାରତ ପାଇଁ କେବଳ ଟେଷ୍ଟ ଫର୍ମାଟ ଖେଳୁଛନ୍ତି । ୨୦୦୭ ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ଏହି ଖେଳାଳି ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୨୪୦୦ ବଲ୍‌ ଖେଳିଛନ୍ତି। ଏହାଛଡ଼ା ସେ ତିନୋଟି ଫର୍ମାଟରେ ମୋଟ ୧୯୮ ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ବଡ଼ ବିଜୟ

ଅକ୍‌ଲାଣ୍ଡ, ୨୧ା୩: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌କୁ ପାକିସ୍ତାନ ୯ ଉଇକେଟରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ଦ୍ୱାରା ପ୍ରଦତ୍ତ ୨୦୫ ରନର ଟାର୍ଗେଟକୁ...

ମହସିନଙ୍କ ସ୍ଥାନରେ ଶାର୍ଦ୍ଦୂଳ

ନୂଆଦିଲ୍ଲୀ,୨୧ା୩: ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଅଲରାଉଣ୍ଡର ଶାର୍ଦ୍ଦୂଳ ଠାକୁର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)ରେ ଯୋଗଦେବାକୁ ଯାଉଛନ୍ତି। ଠାକୁର ୨୦୨୫...

IPL 2025 ପ୍ଲେଅଫକୁ ନେଇ ୧୦ କ୍ରିକେଟ ବିଶେଷଜ୍ଞ କଲେ ଭବିଷ୍ୟବାଣୀ, CSK-RCBକୁ ବାହାରେ ରଖିଲେ ସେହଓ୍ବାଗ

ନୂଆଦିଲ୍ଲୀ,୨୧।୩: IPL ୨୦୨୫ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ଏହା ପୂର୍ବରୁ ବିଶେଷଜ୍ଞମାନେ ପ୍ଲେଅଫ ଦୌଡ଼ ବିଷୟରେ ସେମାନଙ୍କର ଭବିଷ୍ୟବାଣୀ କରିଛନ୍ତି।...

IPL 2025 ପାଇଁ ଆସିଲା ନୂଆ ନିୟମ, ଏବେ ଓ୍ବାଇଡ଼-ନୋ ବଲରେ ହେବ ନାହିଁ ବିବାଦ! BCCI ଆଣିଲା ନୂଆ ଟେକନିକ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗରେ ଆଉଟ-ନଟ ଆଉଟ କିମ୍ବା ଅନ୍ୟାନ୍ୟ ନିଷ୍ପତ୍ତିରେ ଯେପରି ତ୍ରୁଟିର ସୁଯୋଗ ନ ଥାଏ, ସେଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ସଚିନ ତେନ୍ଦୁଲକରଙ୍କୁ ପସନ୍ଦ ବଡା ପାଓ୍ବ, ବିଲ ଗେଟ୍ସଙ୍କୁ ବି ପସନ୍ଦ…

ନୂଆଦିଲ୍ଲୀ,୨୧।୩: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବିଲ ଗେଟ୍ସ ପ୍ରାୟତଃ ଭାରତ ଗସ୍ତରେ ଆସନ୍ତି। ତାଙ୍କୁ ପୂର୍ବରୁ ମଧ୍ୟ ଏଠାରେ ଦେଖାଯାଇଥିଲା, ମଜାଦାର...

କୋର୍ଟକୁ ଯିବା ପୂର୍ବରୁ କାହିଁକି ଚିତ୍କାର କରିଥିଲେ ଚହଲଙ୍କ ଏକ୍ସ ଓ୍ବାଇଫ, ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୧।୩: ବାନ୍ଦ୍ରା କୋର୍ଟ ଯାଉଥିବା ସମୟରେ ଧନଶ୍ରୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରକାଶିତ କ୍ଲିପରେ, ଭିଡ଼ ଯୋଗୁଁ ଜଣେ ମହିଳା...

Rohit Sharmaଙ୍କ ସ୍ବର ବ୍ୟବହାର କଲା ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜ, ରାଗିଗଲେ ଭାରତୀୟ ପ୍ରଶଂସକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୩: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ ନିକଟରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ଇଂରାଜୀର ମଜା ଉଡାଇବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ।...

୧୩୦ ବର୍ଷର ଇତିହାସରେ ପ୍ରଥମଥର, IOC ମହିଳା ଅଧ୍ୟକ୍ଷ ହେଲେ କ୍ରିଷ୍ଟି କୋଭେଣ୍ଟ୍ରି, ଶୁଭକାମନା ଜଣାଇଲେ ଜୟ ଶାହା

ନୂଆଦିଲ୍ଲୀ,୨୧।୩: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସଭାପତି ଜୟ ଶାହ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (IOC)ର ନବନିର୍ବାଚିତ ସଭାପତି କ୍ରିଷ୍ଟି କୋଭେଣ୍ଟ୍ରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିଷ୍ଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image