Categories: ଖେଳ

କଳା ଚଷମା ଗୀତରେ ନାଚିଲେ ଭାରତୀୟ ଖେଳାଳି

ହରାରେ,୨୩।୮: ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜକୁ ୩-୦ ବ୍ୟବଧାନରେ ଜିତିବା ପରେ ଭାରତୀୟ ଖେଳାଳିମାନେ ବିଜୟ ଉତ୍ସବ ପାଳନ କରିଥିଲେ। ଅଧିନାୟକ ଲୋକେଶ ରାହୁଲଙ୍କ ଠାରୁ ଆରମ୍ଭ କରି ଶିଖର ଧାୱନ ଏବଂ ଇଶାନ କିଶନ ପର୍ଯ୍ୟନ୍ତ ସମସ୍ତ ଖେଳାଳି ବହୁତ ମଜା କରିଥିଲେ। ସିରିଜ ଜିତିବା ପରେ ସମସ୍ତ ଭାରତୀୟ ଖେଳାଳି କଳା ଚଷମା ଗୀତରେ ଡ୍ୟାନ୍ସ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସିରିଜ ଜିତିବା ପରେ ବିଜୟ ଉତ୍ସବର ଭିଡିଓ ଶିଖର ଧାୱନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓ ଆରମ୍ଭରେ, ଅଧିନାୟକ ଲୋକେଶ ରାହୁଲ ଏବଂ ଶିଖର ଧାୱନ କ୍ୟାମେରାରୁ ହାତ କାଢିଥିଲେ ଏବଂ ବାକି ଖେଳାଳିମାନେ ଥଟ୍ଟାରେ ଇଶାନ କିଶାନଙ୍କୁ ପିଟିଥିଲେ। ଏହା ପରେ ଡ୍ୟାନ୍ସ ଆରମ୍ଭ ହୋଇଥିଲା। ଏହି ଭିଡିଓକୁ ଭାରତୀୟ ଦଳର ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

Share