Categories: ଖେଳ

ଟିମ୍‌ ଇଣ୍ଡିଆକୁ ମିଳିଗଲା ନୂଆ ‘ହୀରା’: ଅଷ୍ଟ୍ରେଲିଆ ବିପକ୍ଷରେ ଦେଖାଇଲେ ଚମକ

ନୂଆଦିଲ୍ଲୀ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୪-୧ରେ ଜିତି ନେଇଛି। ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥିଲା। ଶେଷରେ ଭାରତ ବାଜିମାରିନେଇ ଅଷ୍ଟ୍ରେଲିଆକୁ ୬ ରନ୍‌ରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଟିମ ଇଣ୍ଡିଆ କେବଳ ସିରିଜ କବଜା କରିନାହିଁ ବରଂ ଏକ ନୂତନ ହୀରା ମଧ୍ୟ ପାଇଛି,ଯାହା ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ନିଶ୍ଚିତ ଭାବରେ ଉପଯୋଗୀ ହୋଇପାରେ।
ଟିମ ଇଣ୍ଡିଆର ଯୁବ ସ୍ପିନ ବୋଲର ରବି ବିଷ୍ଣୋଇଙ୍କୁ ପ୍ଲେୟାର ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା। ସେ ଏହି ସିରିଜର ୫ଟି ମ୍ୟାଚରେ ମୋଟ ୯ ଉଇକେଟ ନେଇଥିଲେ ଏବଂ ପ୍ରାୟ ସମସ୍ତ ମ୍ୟାଚରେ ବୋଲିଂ ସହିତ ନିଜର ପ୍ରଭାବ ବିସ୍ତାର କରିଥିଲେ। ଫଳରେ ଟିମ ଇଣ୍ଡିଆ ଜିତିବାରେ ସଫଳ ହୋଇଥିଲା। ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଅଷ୍ଟ୍ରେଲିଆର ଓପନର୍‌ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ପ୍ରଥମ ଓଭରରେ ଚାରିଟି ଚୌକା ମାରିଥିଲେ।
ଟିମ ଇଣ୍ଡିଆ ଦେଇଥିବା ୧୬୧ ରନ୍‌ର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ହେଡ ୧୭ଟି ବଲରେ ୨୮ ରନ ସ୍କୋର କରିଥିଲେ, କିନ୍ତୁ ରବି ବିଷ୍ଣୋଇ ଦ୍ୱାରା ବୋଲ୍ଡ ହୋଇଥିଲା। ଫଳରେ ଭାରତ ମ୍ୟାଚ୍‌କୁ ଫେରିଥିଲା।
ଏହି ମ୍ୟାଚରେ ବିଷ୍ଣୋଇ ୪ ଓଭରରେ ୨୯ ରନ ୨ ଉଇକେଟ ନେଇଥିଲେ।
ଏହି ସିରିଜରେ ତାଙ୍କର ଭଲ ପ୍ରଦର୍ଶନ ହେତୁ ରବି ବିଷ୍ଣୋଇ ରବିଚନ୍ଦ୍ରନ ଅଶ୍ୱିନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ସେ ଭାରତ ପାଇଁ ଗୋଟିଏ ଟି-୨୦ ସିରିଜରେ ସର୍ବାଧିକ ୯ ଉଇକେଟ ନେଇ ଅଶ୍ୱିନଙ୍କ ସହ ସମକକ୍ଷ ହୋଇଛନ୍ତି। ଏହା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ସଫଳତା।

Share