Categories: ଖେଳ

ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍‌: ବିସିସିଆଇ ଦେଲା ଏହି ବଡ଼ ଉପହାର

ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍‌ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିବେ। ଏହାପୂର୍ବରୁ ଖେଳାଳିମାନେ ଚେନ୍ନାଇରେ ପହଞ୍ଚିଛନ୍ତି। ଏବେ ଖେଳାଳିମାନେ କୋଭିଡ କଟକଣାକୁ ନେଇ ହୋଟେଲରେ ନିଜ ନିଜ କୋଠରୀରେ ରହିବେ। ଏହି ସମୟ ମଧ୍ୟରେ ସେମାନେ ପରିବାର ସହ ରହିବେ ବୋଲି ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଛି। କାରଣ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ଏକାନ୍ତରେ ରହିବାକୁ ପଡ଼ୁଥିବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରକାଶ ଯେ, ଅଷ୍ଟ୍ରେଲିଆ ଗସ୍ତରେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଅଶ୍ୱିନଙ୍କ ସମତେ ସମସ୍ତ ବଡ଼ କ୍ରିକେଟର ପରିବାର ସହ ଯାଇଥିଲେ। ବିସିସିଆଇ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ପ୍ରଥମେ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ହେଲେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏହାକୁ ବିରୋଧ କରିବା ପରେ ଉଭୟ ବୋର୍ଡ ଏଥିଲାଗି ଅନୁମତି ଦେଇଥିଲେ।

Share