Categories: ଖେଳ

ଭାରତୀୟ ଦଳ ଘୋଷଣା,କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ,୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ଭାବରେ ଶିଖର ଧାୱନ ଏବଂ ଉପଅଧିନାୟକ ଭାବରେ ରବିନ୍ଦ୍ର ଜାଡେଜା ନିଯୁକ୍ତ ହୋଇଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରା ଏବଂ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି। ଏହା ବ୍ୟତୀତ ଉମ୍ରାନ ମଲିକଙ୍କୁ ଦଳରେ ଚୟନ କରାଯାଇ ନାହିଁ। ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ୩ଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ ଖେଳିବ। ପ୍ରଥମ ଦିନକିଆ ମ୍ୟାଚ ଜୁଲାଇ ୨୨ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବ। ଉମ୍ରାନଙ୍କୁ ଦିନିକିଆ ଦଳରେ ସ୍ଥାନ ଦିଆଯାଇ ନାହିଁ, ଅନ୍ୟପକ୍ଷରେ ଅର୍ଶଦୀପ ସିଂ ତାଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି।
୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଭାରତର ଦିନିକିଆ ଦଳରେ ଅର୍ଶଦୀପ ସିଂ, ସଞ୍ଜୁ ସାମସନ, ଦୀପକ ହୁଦା ଏବଂ ଶୁଭମନ ଗିଲଙ୍କ ଭଳି ତାରକାଙ୍କୁ ସୁଯୋଗ ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତୀୟ ଦ୍ରୁତ ବୋଲର ଉମ୍ରାନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇ ନାହିଁ।

ଭାରତୀୟ ଦିନିକିଆ ଦଳ
ଶିଖର ଧାୱନ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ରୁତୁରାଜ ଗାଇକ୍ୱାଡ, ଶୁଭମନ ଗିଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ଇଶାନ କିଶନ (ଉଇକେଟ୍‌କିପର), ସଞ୍ଜୁ ସାମସନ (ଉଇକେଟ୍‌କିପର), ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଆବେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ।

Share